ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା

0

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା । କିଛି ୟୁଜରଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦୦ରୁ ଅଧିକ ହ୍ରାସ ପାଇଛି । ସେହିପରି ଆଉ କିଛି ୟୁଜରଙ୍କ ଫଲୋଅର୍ସ ସଂଖ୍ୟା ୧ ଲକ୍ଷରୁ ଅଧିକ ହ୍ରାସ ପାଇଛି । ଟ୍ବିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରଓ୍ବାଲ ଯୋଗଦେବା ପରେ ପରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଖୋଦ ପରାଗଙ୍କ ଫଲୋଅର୍ସ ସଂଖ୍ୟା ୩ ଲକ୍ଷ ୬୦ ହଜାରରୁ ହ୍ରାସ ପାଇଛି । ବର୍ତ୍ତମାନ ପରାଗଙ୍କ ଫଲୋଅର୍ସ ସଂଖ୍ୟା ମାତ୍ର ୪୩ ହଜାର ୭୦୦ରେ ପହଞ୍ଚିଛି ।

 

ପ୍ରଥମ ଥର ଲାଗି ଏହି ସମସ୍ୟା ସୃଷ୍ଟି ହୋଇନାହିଁ । ଗତ ଜୁନରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଥିଲା । ତେବେ ଏହା ଏକ କ୍ଲିନ ଅପ୍ ପ୍ରକ୍ରିୟା ଏବଂ ସୋସିଆଲ ମିଡିଆକୁ ନିରାପଦ ରଖିବା ଲାଗି ଏହା କରାଯାଇଛି । ଟ୍ବିଟର ପକ୍ଷରୁ କୁହାଯାଇଛି ଯେ, ସମୟକୁ ସମୟ ୟୁଜର୍ସଙ୍କ ଫଲୋଅର୍ସ ସଂଖ୍ୟାରେ ପରିବର୍ତ୍ତନ ହେବ । ଯେଉଁ ଆକାଉଣ୍ଟ ଗୁଡିକୁ ସେମାନଙ୍କ ପାସଓ୍ବାର୍ଡ ବା ଫୋନ ନମ୍ବର ନିଶ୍ଚିତ କରିବାକୁ କୁହାଯାଇଛି ତାହା ନିଶ୍ଚିତ ନହେବା ଯାଏ ଫଲୋଅର୍ସଙ୍କ ସଂଖ୍ୟା ଅନ୍ତର୍ଭୁକ୍ତ କରାଯିବ ନାହିଁ । ସ୍ପାମ୍ ରୋକିବା ଏବଂ ସମସ୍ତ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଏହା ଏକ ପ୍ରକ୍ରିୟା ବୋଲି ଟ୍ବିଟର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.