୪ମହଲାରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ
ଢେଙ୍କାନାଳ(୧୮/୦୮): ଢେଙ୍କାନାଳ ମୁଖ୍ୟ ଡକ୍ତରଖାନାର ୪ମହଲାରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ। ମୃତ ରୋଗୀ ଜଣଙ୍କ ପରଜଙ୍ଗ ଲୋଧଣି ଗ୍ରାମର ଦୁର୍ଯ୍ୟୋଧନ ନାୟକ ବୋଲି ଜଣା ପଡ଼ିଛି। ଗତକାଲି ଠାରୁ ଦୁର୍ଯ୍ୟୋଧନ ମୁଣ୍ଡ ଦୋଷ ଜନିତ ଭେଷଜ ବିଭାଗରେ ଭର୍ତ୍ତି ହୋଇଥିଲେ। ତେବେ ଦୁର୍ଯ୍ୟୋଧନ କାହିଁକି ଏଭଳି କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଛି। ସେପଟେ ଗୋଟିଏ ସପ୍ତାହ ଭିତରେ ଢେଙ୍କାନାଳ ମୁଖ୍ୟ ଡକ୍ତରଖାନାରେ ଏଭଳି ଦୁଇ ଦୁଇଟି ଘଟଣା ଘଟିଗଲାଣି । ଯାହାକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ଏପଟେ ବେଡ଼ ନା ମିଳିବା ଓ ଡାକ୍ତଖାନା କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ଏଭଳି ଘଟଣା ଘଟିଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।