ସ୍ୱଦେଶ ଫେରିଲେ ପଦକବୀର

0

ନୂଆଦିଲ୍ଲୀ: କ୍ରୀଡା ମାନଚିତ୍ରରେ ଭାରତର ସ୍ଥିତି ମଜଭୁତ କରିବା ପରେ ସ୍ୱଦେଶ ଫେରିଛନ୍ତି ଭାରତୀୟ ଆଥଲେଟ । ଟୋକିଓ ଅଲିମ୍ପିକ୍ସରେ ଭାରତ ଚମତ୍କାର ପ୍ରଦର୍ଶନ କରି ୧ ସ୍ୱର୍ଣ୍ଣ ସହ ୭ ପଦକ ଜିତିଛି । ଅଲିମ୍ପିକ୍ସରେ ଭାରତର ଏହା ଶ୍ରେଷ୍ଠ ପ୍ରଦର୍ଶନ । ସ୍ମରଣୀୟ ପ୍ରଦର୍ଶନ ପରେ ଭାରତୀୟ ଆଥଲେଟ ଆଜି ସ୍ୱଦେଶ ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ୟେ ମେରା ଇଣ୍ଡିଆ ଗୀତ ବଜାଯିବ ସହ ସେମାନଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା ।

ପ୍ରଶଂସକମାନେ ଖେଳାଳିମାନଙ୍କ ସହ ସେଲ୍ଫି ଉଠାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଥିବା ଦେଖିଥିବା ମିଳିଥିଲା । ନୀରଜ ଚୋପ୍ରା, ବଜରଙ୍ଗ ପୁନିଆ ଓ ଭାରତୀୟ ହକି ଦଳ ରହିଛନ୍ତି । ଅଶୋକ ହୋଟେଲରେ ଖେଳାଳିମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । ଏଥିରେ ପୂର୍ବତନ ଅଲିମ୍ପିକ ଖେଳାଳି କ୍ରୀଡା ମନ୍ତ୍ରୀ ଅନୁରାଗଠାକୁର ଓ ଅଧିକାରୀମାନେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫେରେନ୍ସରେ ଖେଳାଳିଙ୍କ ସହ ଯୋଗାଯୋଗ କରିବେ ।

Leave A Reply

Your email address will not be published.