ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

0

ବାଲେଶ୍ୱର: ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବ୍ୟାପୁଛି କରୋନା କାୟା । ଓଡ଼ିଶାର ସୀମାନ୍ତବର୍ତ୍ତୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ବଢୁଛି । ଆଜି ବାଲେଶ୍ୱର ଗସ୍ତରେ ଯାଇ ଦୁଇଟିଯାକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସୀମାରେ କେମିତି ଚାଲିଛି ପ୍ରବାସୀଙ୍କ ଚେକିଂ, ଏନଫୋର୍ସମେଣ୍ଟ କଟକଣାକୁ କିଭଳି କଡ଼ାକଡ଼ି କରିଛି ପୋଲିସ, ସନେଇ ଦୁଇ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

 

ରାତ୍ରିକାଳୀନ କର୍ଫ୍ୟୁ, ସଟଡାଉନ୍ ସହ ସୀମାନ୍ତରେ ଥିବା ଚେକିଂକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରହିଛି । ବାଲେଶ୍ୱର ଜିଲ୍ଲାର ଲକ୍ଷ୍ମଣନାଥ ଓ ଉଦୟପୁର ସୀମାରେ ଚେକିଂକୁ କଡ଼ାକଡ଼ି କରାଯାଇଛି । ସେହିପରି ମୟୂରଭଞ୍ଜ ସୀମାର ହାତୀବାରି ଓ ଚକଶୁଳିଆପଦାରେ ୨୪ ଘଣ୍ଟିଆ ଚେକିଂ ଚାଲିଛି ।

 

ଏହାସହ ବାଲେଶ୍ୱର ଜିଲ୍ଲାରେ ୨୨ଟି ଓ ମୟୂରଭଞ୍ଜ ଜିଲ୍ଲାରେ ୩୨ଟି ଅସ୍ଥାୟୀ ଚେକ୍ ପୋଷ୍ଟ କରି ସୀମାକୁ ସିଲ୍ କରିଛି ପୋଲିସ । ବାଲେଶ୍ୱର ଜିଲ୍ଲାରେ ୭ ପ୍ଲାଟୁନ୍ ଓ ମୟୂରଭଞ୍ଜ ଜିଲ୍ଲାରେ ୪ ପ୍ଲାଟୁନ୍ ଓଏସଏପି ମୁତୟନ ହୋଇଛନ୍ତି । ବାଲେଶ୍ୱରରେ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକରେ ଆଇନ ଶୃଙ୍ଖଳା ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା ଓ ଦୁଇ ଜିଲ୍ଲାର ଏସପି ଉପସ୍ଥିତ ଥିଲେ ।

Leave A Reply

Your email address will not be published.