ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

0

ରାଜସ୍ଥାନ : ଆସନ୍ତାକାଲି ରାଜସ୍ଥାନ ସରକାରର ହେବ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ଅପରାହ୍ନରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରେ ସଚିନ ପାଇଲଟଙ୍କୁ ମିଳିପାରେ ଗୁରୁତ୍ବପୂର୍ଣ୍ଣ ପଦ । ଏହାସହ ପାଇଲଟଙ୍କ ଗୋଷ୍ଠୀର କିଛି ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଏହା ପୂର୍ବରୁ ସଚିନ ପାଇଲଟ ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ ସରଗରମ ହୋଇଥିଲା ରାଜନୀତି ।

 

ଅନ୍ୟପଟେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ରାଜସ୍ଥାନର ୩ ବରିଷ୍ଠ ମନ୍ତ୍ରୀ । ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂ ଦୋତସାରା, ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଓ ରାଜସ୍ବ ମନ୍ତ୍ରୀ ହରିଶ ଚୌଧୁରୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ନିଜ ନିଜ ଇସ୍ତଫା ପତ୍ର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ହରିଶ ଚୌଧୁରୀଙ୍କୁ ଗତ ମାସରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ଏକ ବ୍ୟକ୍ତି ଏକ ପଦବି ନୀତିରେ ସେ ମନ୍ତ୍ରୀ ପଦ ଛାଡିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ହରିଶ ।

 

କିଛି ଦିନ ତଳେ ଶିକ୍ଷକଙ୍କ ଏକ ସମାବେଶରେ ବଦଳି ଲାଗି ଟଙ୍କା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏକ ପ୍ରଶ୍ନ ପଚାରିଥିଲେ । ପ୍ରାୟ ସମସ୍ତ ଶିକ୍ଷକ ବଦଳି ଲାଗି ଟଙ୍କା ଦେବାକୁ ପ୍ରସ୍ତୁତ ବୋଲି କହିବା ପରେ ମୁଖ୍ୟମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସଭାରେ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଦୋତସାରା ବି ଉପସ୍ଥିତ ଥିଲେ । ଏହି କାରଣକୁ ନେଇ ତାଙ୍କୁ ମନ୍ତ୍ରୀ ପଦ ଛାଡିବାକୁ ପଡିଛି ବୋଲି କୁହାଯାଉଛି ।

Leave A Reply

Your email address will not be published.