୮୦୦୦ ସ୍କ୍ରିନରେ ରିଲିଜ ହେବ ଆରଆରଆର

0

ମୁମ୍ବାଇ: ଏସଏସ ରାଜମୌଲୀଙ୍କ ବହୁପ୍ରତୀକ୍ଷୀତ ପରିୟଡ ଡ୍ରାମା ଆରଆରଆର ଶୁକ୍ରବାର ରିଲିଜ ହେବ । ଫିଲ୍ମ ପ୍ରତି ଦର୍ଶକଙ୍କ ବେଶ ଉତ୍କଣ୍ଠା ରହିଛି । ଜୁନିୟର ଏନଟିଆର, ରାମଚରଣ, ଅଜୟ ଦେବଗାନ ଓ ଆଲିୟା ଭଟ୍ଟ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏହି ମେଗା ବଜେଟ ଫିଲ୍ମ ୮୦୦୦ ସ୍କ୍ରିନରେ ରିଲିଜ ହେବ । ହିନ୍ଦୀ ସଂସ୍କରଣରେ ୩୨୦୦ ଏବଂ ଦକ୍ଷିଣ ଭାରତରେ ୩୦୦୦ରୁ ୩୫୦୦ ସ୍କ୍ରିନରେ ଏହା ରିଲିଜ ହେବ ବୋଲି ସ୍ଥିର ହୋଇଛି ।

 

ବିଦେଶରେ ଏ ପର୍ଯ୍ୟନ୍ତ ୧୭୫୦ ସ୍କ୍ରିନ ବୁକ କରାଯାଇ ସାରିଛି । ବକ୍ସ ଅଫିସରେ ସୁନାମି ସୃଷ୍ଟି କରିଥିବା ଦି କଶ୍ମୀର ଫାଇଲ୍ସ ବ୍ୟବସାୟରେ ଆରଆରଆର ବ୍ରେକ ଲଗାଇବ ବୋଲି ସମୀକ୍ଷକମାନେ କହିଛନ୍ତି । ସୂଚନାଯୋଗ୍ୟ, ଦି କଶ୍ମୀର ଫାଇଲ୍ସ ଇତି ମଧ୍ୟରେ ୨୦୦ କୋଟି ଟଙ୍କାର ବ୍ୟବସାୟ କରିସାରିଛି ।

Leave A Reply

Your email address will not be published.