ଡିସେମ୍ବର ୨୩ରୁ ଖୋଲିବ ଶ୍ରୀମନ୍ଦିର: ଜିଲ୍ଲାପାଳ

0

ପୁରୀ: ଡିସେମ୍ବର ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିର ଖୋଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ।

 

ଏହି ତାରିଖରୁ ପୁରୀ ଜିଲ୍ଲାରେ କୋଭିଡ୍ ଗାଇଡ୍ ଲାଇନ୍ ପାଳନ କରି ସବୁ ଧର୍ମାନୁଷ୍ଠାନ ଖୋଲିବ। ଏଥିସହିତ ଶ୍ରୀମନ୍ଦିର ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ ହୋଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

 

ପ୍ରଥମ ଦିନରେ ସେବାୟତ ଓ ତାଙ୍କ ପରିବାର ବର୍ଗ ଦର୍ଶନ କରିବାକୁ ଥିବା ବେଳେ ଡିସେମ୍ବର ୩୧ ତାରିଖ ଯାଏ କେବଳ ପୁରୀ ଲୋକେ ଶ୍ରୀମନ୍ଦିରରେ ଦର୍ଶନ କରିପାରିବେ ।

 

ତେବେ ୱାର୍ଡ ଅନୁସାରେ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ ବୋଲି ଜଣାପଡିଛି।

Leave A Reply

Your email address will not be published.