ଶ୍ରୀଲଙ୍କାରେ ଅବସ୍ଥା ଗମ୍ଭୀର: ରାଷ୍ଟ୍ରପତି ଘୋଷଣା କଲେ ଜରୁରୀକାଳୀନ ପରିସ୍ଥିତି

0

ନୂଆଦିଲ୍ଲୀ: ସ୍ୱାଧରନତା ପରଠାରୁ ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଲଗାତାର ହେଉଥିବା ଆନ୍ଦୋଳନ ମଧ୍ୟରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଲୋକମାନେ ଲଗାତାର ରାସ୍ତା ଉପରକୁ ଆସି ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଫଳରେ ଜରୁରୀକାଳୀନ ପରିସ୍ଥିତି ଏପ୍ରିଲ ୧ ତାରିଖରୁ ଲାଗୁ ନେଇ ରାଷ୍ଟ୍ରପତି ଗୋଟବାୟା ଗେଜେଟ୍ ସ୍ୱାକ୍ଷର କରିଛନ୍ତି ।

ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ସବୁ କ୍ଷମତା ରାଷ୍ଟ୍ରପତି ନିଜ ହାତକୁ ନେଇଛନ୍ତି । ଅଟକ, ବାଜ୍ୟାପ୍ତିି ଓ ଆଇନ ବଦଳାଇବା କ୍ଷମତା ହାତକୁ ନେଇଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ଆଗରେ ହିଂସାକାଣ୍ଡ ପରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି । ଉକ୍ରଟ ଆର୍ଥିକ ସଂକଟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି । ସ୍ଥିତି ଉପରେ ନିୟନ୍ତ୍ରଣ ଲାଗି ଶ୍ରୀଲଙ୍କା ନେଇଛି ଏଭଳି ପଦକ୍ଷେପ ।

 

ତେବେ ଦେଶରେ ଇନ୍ଧନର ଭାରି ସଂକଟ ଦେଖାଦେଇଛି । ଯେଉଁତିପାଇଁ ଲୋକେ ଘଣ୍ଟା ଘଣ୍ଟା ଧରି ପାୱାର କଟର ସାମ୍ନା କରୁଛନ୍ତି । ଦେଶରେ ପରିସ୍ଥିତି ଏମିତି ବି ହୋଇଛି କାଗଜ ଅଭାବ କାରଣରୁ ସମସ୍ତ ପରୀକ୍ଷାକୁ ଅନିଶ୍ଚିତ କାଳ ଯାଏଁ ସ୍ଥଗିତ କରାଯାଇଛି । ସରକାର ଏଥିପାଇଁ ବିପକ୍ଷ ଦଳ ସହ ଜଡିତ ଚରମପନ୍ଥୀଙ୍କୁ ଦାୟୀ କରିଛନ୍ତି । ଗୁରୁବାର ଶତାଧିକ ବିକ୍ଷୋଭକାରୀ ରାଜପକ୍ଷଙ୍କ ବାସଭବନ ବାହାରେ ଏକତ୍ରିତ ହୋଇ ଦେଶର ଆର୍ଥିକ ସଙ୍କଟ ଦୂର କରିବାରେ ବିଫଳ ହୋଇଥିବାରୁ ତାଙ୍କ ଇସ୍ତଫା ଦାବି କରିଥିଲେ। ପରେ ତୁରନ୍ତ ବିକ୍ଷୋଭରେ ହିଂସା ଆରମ୍ଭ ହୋଇଥିଲା। ଆନ୍ଦୋଳନ ହିଂସାତ୍ମକ ହୋଇପଡିଥିବାରୁ ଅନେକ ଲୋକ ଆହତ ହୋଇଥିଲେ ଏବଂ ଗାଡିରେ ନିଆଁ ଲଗାଇ ଦେଇଥିଲେ।

Leave A Reply

Your email address will not be published.