ନାଗ ସାପକୁ ଗିଳିଲା ନାଗ

0

ଭୁବନେଶ୍ୱର: ନାଗ ସାପ ଉଦ୍ଧାର ପାଇଁ ଅନୁରୋଧ । ଏନେଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟ ଯଶୁଆପୁର ଗ୍ରାମରେ ଏକ ନିର୍ମାଣାଧୀନ ଆପାର୍ଟମେଂଟରେ ନାଗ ସାପ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନକୁ ଖବର ଦିଆଯାଇଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚିବା ବେଳକୁ ସାପଟି ଆଉ ଦେଖା ଯାଉ ନଥିଲା । ଶ୍ରମିକ ମାନେ ଯେଉଁ ସ୍ଥାନରେ ପ୍ରଥମେ ସାପଟିକୁ ଦେଖିଥିଲେ ସେହି ଯାଗାରେ କିଛି ସମୟ ଖୋଜିବା ପରେ ବିରଞ୍ଚି ଏକ ୪ ଫୁଟ ଲମ୍ବର ନାଗ ସାପ ଠାବ କଲେ ।

 

ସେଇଟିକୁ ସ୍ନେକ ହୁକ ସାହାଯ୍ୟରେ ଆଣିବା ବେକେ ଶ୍ରମିକ ମାନେ ଗୋଟିଏ ଛୋଟ ନାଗ ଦେଖିଥିବା କଥା ପ୍ରକାଶ କରିଥିଲେ । ତେବେ ବଡ଼ ନାଗଟି ପେଟ ଫୁଲିକି ଥିଲା ଏବଂ ବିରଞ୍ଚି ତାକୁ ଉଠେଇକି ଆଣିବା ବେକେ ବଡ଼ ନାଗଟି ଅନ୍ୟ ଏକ ସାପକୁ ବାନ୍ତି କରିଥିଲା । ପ୍ରାୟ ୩ ଫୁଟ ଲମ୍ବର ନାଗ ସାପର ମୃତ ଦେହକୁ ଦେଖି ଶ୍ରମିକ ମାନେ ସେଇ ସାପଟିକୁ ପ୍ରଥମେ ଦେଖିଥିବା କଥା ସ୍ଵୀକାର କରିଥିଲେ । ସାପ ଟିକୁ ବିରଞ୍ଚି ଗାଁ ଠାରୁ ଦୂରରେ ଏକ ସୁରକ୍ଷିତ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦେଇଥିଲେ ।

 

ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଗୋଟିଏ ପ୍ରଜାତିର ଏକ ପ୍ରାଣୀ ନିଜ ପ୍ରଜାତିର ଅନ୍ୟ ଏକ ପ୍ରାଣୀକୁ ଖାଇବାକୁ କାନିବାଲିଜିମ (cannibalism) କୁହାଯାଏ । ଅନେକ ସାପଙ୍କ କ୍ଷେତ୍ରରେ ଏହି କାନିବାଲିଜିମ ଦେଖାଯାଇଥାଏ ଏବଂ ନାଗ ସାପ ମାନଙ୍କ କ୍ଷେତ୍ରରେ ଏହା ଏକ ସଧାରଣ ଘଟଣା” ।

Leave A Reply

Your email address will not be published.