ରାଜ୍ୟରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଢ଼ିବ ଶୀତ, ୩ ରୁ ୪ ଡିଗ୍ରୀ ଖସିପାରେ ପାରଦ

0

ଭୁବନେଶ୍ୱର : ରାଜ୍ୟରେ କୋହଲା ପାଗ ପରେ ପୁଣି ବଢ଼ିବ ଶୀତ । ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ବଢ଼ିବ ଶୀତ। ୩ ରୁ ୪ ଡିଗ୍ରୀ କମିପାରେ ପାରଦ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିବା ସମ୍ଭାବନା ରହିଛି।

ତେବେ ତିନି ରୁ ଚାରି ଦିନ ମଧ୍ୟରେ ତାପମାତ୍ରା ସ୍ୱଭାବିକ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନ। ରହିଛି। ଉପକୂଳ ବର୍ତ୍ତୀ କିଛି ଜିଲ୍ଲା ପୁରୀ,କଟକ ,ଖୋର୍ଦ୍ଧା ,ଜଗତସିଂହପୁର ,ରାୟଗଡ଼ା, କେନ୍ଦ୍ରାପଡ଼ା,କନ୍ଧମାଳ, ଭଦ୍ରକ , ଯାଜପୁରର କିଛି ସ୍ଥାନରେ ହାଲୁକ ବର୍ଷା ହେବାର ସମ୍ଭାବନା ରହିଛି।

ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଉତ୍ତର ବଙ୍ଗୋପସାଗର ପର୍ଯ୍ୟନ୍ତ ସମୁଦ୍ର ପତନରୁ ଲମ୍ବିଥିବା ନିମ୍ନଚାପରେଖା ପ୍ରଭାବରେ ଗତ କାଲି ରାଜ୍ୟରେ ବର୍ଷା ହୋଇଥିବା ବେଳେ ଆଜିଠାରୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply

Your email address will not be published.