ଟ୍ରକକୁ ପିଟିଲା ଟ୍ରକ ଡ୍ରାଇଭର ଦଗ୍ଧ, ହେଲପର ଗୁରୁତର

0

ଚିଲିକା : ଟ୍ରକକୁ ପଛରୁ ପିଟିଲା ଟ୍ରକ। ଡ୍ରାଇଭର ମୃତ, ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ହେଲ୍ପର । ଦୁର୍ଘଟଣାରେ ଜଳିଗଲା ଟ୍ରକ, ଅର୍ଧଦଗ୍ଧ ଡ୍ରାଇଭର ମୃତଦେହ ଓ ଗୁରୁତର ହେଲ୍ପରକୁ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥର ହରିକୁଣ୍ଡ ବରଡି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ଦମକଳ ବାହିନୀ ଓ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆହତ ହେଲପରକୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇଟି ଯାକ ଟ୍ରକ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଆଗରେ ଯାଉଥିବା AH16 TH 1389 ଟ୍ରକଟି ହଠାତ ସ୍ଲୋ ହୋଇଯିବାରୁ ପଛରୁ ଯାଉଥିବା BR24 GB 4053 ଟ୍ରକ ଟି ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ଉକ୍ତ ଟ୍ରକରେ ଥିବା ବ୍ୟାଟେରୀ ସଟ୍ ସର୍କିଟ ଓ ରୋଷେଇ ପାଇଁ ରଖିଥିବା ଗ୍ୟାସ ଟାଙ୍କି ଫାଟି ଯାଇ ଟ୍ରକରେ ନିଆଁ ଲାଗିଯାଇଥିଲା। ଘଟଣା ସ୍ଥଳରେ ଡ୍ରାଇଭର ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଳି ମୃତ୍ୟୁ ବରଣ କରିଥିଲେ। ହେଲ୍ଫରକୁ ସ୍ଥାନୀୟ ପ୍ରଶାସନ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.