ମାଉଟେଂନ ମାରାଥନ ବେଳେ ପାଗ ବଦଳିଲା, ୨୧ ଆଥଲେଟଙ୍କ ଥଣ୍ଡାରେ ମୃତ୍ୟୁ

0

ବେଜିଂ: ଚୀନରେ ଏକ ମାଉଟେଂନ ମାରାଥନ ପ୍ରତିଯୋଗିତା ବେଳେ ବଡଧରଣର ଅଘଟଣ ଘଟିଛି । ଏହି ମାରାଥନ ଦୌଡ ଚାଲିଥିବା ବେଳେ ହଠାତ ବରଫ ପଡିବା ସହ ଥଣ୍ଡା ପବନ ବୋହିଥିଲା ଫଳରେ ଅଂଶଗ୍ରହଣ କରିଥିବା ଆଥଲେଟଙ୍କ ମଧ୍ୟରେ ୨୧ଜଣଙ୍କ ମୃତ୍ୟୁ ଘଟିଛି । ୧୭୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ୧୫୧ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି ।

 

ୟେଲୋ ରିଭର ଷ୍ଟୋନ ଫରେଷ୍ଟ ଅଂଚଳରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବରଫ ଏବଂ ଥଣ୍ଡା ପବନ ଯୋଗୁ ଏହାକୁ ସଙ୍ଗେ ସଙ୍ଗେ ବାତିଲ କରାଯାଇଥିଲେ ମଧ୍ୟ ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା । ୭୦୦ ଯବାନ କଠିନ ପରିଶ୍ରମ କରି ଆଥଲେଟଙ୍କ ବଂଚାଇଥିଲେ । ମୃତକଙ୍କ ମଧ୍ୟରେ ଲୋକପ୍ରିୟ ମାରାଥନ ରନର ଲିୟାଙ୍ଗ ଜିଙ୍ଗ ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.