ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆରାଧନା ସମ୍ମାନ ୨୦୨୦ ଆୟୋଜିତ

0

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ୯ ମ ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ -୨୦୨୦ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ହୋଇଯାଇଛି।

 

ଏହି ଅବସରରେ ୨୦୨୦ ବର୍ଷ ପାଇଁ ବାସୁଦେବ ମାଲବିଶୋଇ ଏବଂ ଲଳିତ ନାରାୟଣ ରଥଙ୍କୁ ଆରାଧନା ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଗୁରୁ ସତ୍ୟପ୍ରିୟ ପଲାଇଙ୍କୁ ଆରାଧନା ଗୋଟିପୁଅ ସମ୍ମାନ , ଭୂମିକା ଦାଶ ଓ ଶିବାନୀ ସଙ୍ଗୀତାଙ୍କୁ ସ୍ନେହାପ୍ରଭା ସମାନ୍ତରାୟ ଯୁବ ପ୍ରତିଭା ସମ୍ମାନ ଏବଂ ମୋହନ ମହାପାତ୍ରଙ୍କୁ ଆରାଧନା ଫର ନ୍ୟାସନାଲ ଇଣ୍ଟିଗ୍ରେସନ ସମ୍ମାନ ପ୍ରଦାନ କରାଯାଇଛି।

 

ଏହି କାର୍ଯ୍ୟକ୍ରମ ବାଳକୃଷ୍ଣ ଜେନାଙ୍କ ଆବହନୀ ସଙ୍ଗୀତ ପରିବେଷଣରୁ ଆରମ୍ଭ ହୋଇଥିଲା। ପରେ ପରେ କୁମାରୀ ରାଜଲଷ୍ମୀ ମାହାରୀ ନୃତ୍ୟ , ଗୁରୁ ପିତାମ୍ବର ବିଶ୍ୱାଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

 

ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ସୁସ୍ମିତା ରାଜହଂସା ,ଏଲ. ଏନ. ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ଓ ବିଶ୍ଵଜିତ ବଳିଆର ସିଂହ ପରିଚାଳନା କରିଥିବା ବେଳେ ଚିତ୍ରସେନ ସ୍ୱାଇଁ ଓ ଡ. ସ୍ନେହାପ୍ରଭା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.