ଟ୍ୱିନ୍‌ ସିଟିରେ ପ୍ରବଳ ବ‌ର୍ଷା ସମ୍ଭାବନା

0

ଭୁବନେଶ୍ୱର: ବୁଧବାର ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ସମେତ କଟକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ‌ ନେଇ ଆଇଏମଡି ପୂର୍ବାନୁମାନ କରିଛି ଯେ ସହରରେ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସମାନ ପାଣିପାଗ ପରିସ୍ଥିତି ରହିବ।

ରାଜ୍ୟର ୨୨ ଟି ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଏହି ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ନୟାଗଡ଼, ସମ୍ବଲପୁର, ଝାରସୁଗୁଡା, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର, ଦେଓଗଡ, କଳାହାଣ୍ଡି, ଗଞ୍ଜାମ, କୋରାପୁଟ ଏବଂ ମାଲକାନଗିରି।

ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ନିଜକୁ ରକ୍ଷା କରିବା ପାଇଁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.