ବଜ୍ରପାତ ସହ ବର୍ଷା ଆଶଙ୍କା; ୧୫ ଜିଲ୍ଲାକୁ ସତର୍କ ସୂଚନା

0

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଆକଳନ କରାଯାଇଛି ।

ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ନବରଙ୍ଗପୁର, କନ୍ଧମାଳ, ବରଗଡ, କଟକ (କଟକ ସିଟି), ଅନୁଗୁଳ, ଖୋର୍ଦ୍ଧା (ଭୁବନେଶ୍ୱର), ଝାରସୁଗୁଡା, ସମ୍ବଲପୁର, ମାଲକାନଗିରି, ରାୟଗଡା, ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ନୟାଗଡ ଆଦି ଜିଲ୍ଲା ରହିଛି ।

ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାଗୁଡିକରେ ବିଭାଗ ପକ୍ଷରୁ ଦିନ ୨ଟାରୁ ଅପରାହ୍ନ ୫ଟା ଯାଏଁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.