ଆଜି ସପ୍ତପୁରୀ ଅମାବାସ୍ୟା

0
ପୁରୀ: ଆଜି ସପ୍ତପୁରୀ ଅମାବାସ୍ୟା। ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ । ଏହି ଅମାବାସ୍ୟା ତିଥିରେ ଶ୍ରୀଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ। ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ଠାକୁରଙ୍କୁ ବେଶ କରାଯାଇଥିଲା । ଗମ୍ଭୀରାର ପାଣି ପେଡ଼ି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଘରୁ ଆସିବା ପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥିଲେ।

ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବିଶେଷ ପୂଜାନୀତି ସହ ସଂଧ୍ୟାଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ସହ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀନାରାୟଣ ସାଗରେର ବିଜେ କରିବେ । ଗତକାଲି ଅଠରନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ ଶ୍ରୀମନ୍ଦିରରେ ପହଁଚି ଚତୁଃପାଶ୍ୱ ବୁଲି ତାଡ ଗୁଡିକ ରୋଷ ବେହେରଣରେ ରଖାଯାଇଥିଲା ।ଗତକାଲି ସଂନ୍ଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷୀଣକାଳି ମନ୍ଦିରକୁ ଯାଇଥିଲେ।

Leave A Reply

Your email address will not be published.