ଆଜି ବିଶ୍ୱ ଜଳ ଦିବସ : ଜଳ ହିଁ ଜୀବନ

0

ଭୁବନେଶ୍ୱର : ଆଜି ବିଶ୍ୱ ଜଳ ଦିବସ । ମାନବ କଲ୍ୟାଣର ମୂଳ ଆଧାର ହେଉଛି ଜଳ । ଜଳ ବିନା ପୃଥିବୀପୃଷ୍ଠରେ ପ୍ରାଣୀ,ବୃକ୍ଷଲତା ମନୁଷ୍ୟ ତିଷ୍ଠିବା ଅସମ୍ଭବ । ଜଳ ଆମର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ବନ୍ଧୁ ।ଜଳ ବିନା ଦୁବ ବି କଅଁଳିବା ଅସମ୍ଭବ । ଜଳ ଅଛି ତ ଏ ଜୀବନ ବି ଅଛି ।ଆମ ଦୈନନ୍ଦିନ ଜୀବନ କାର୍ଯ୍ୟରେ ଜଳ ଏକାନ୍ତ କାମ୍ୟ । ଜାତିସଂଘ ପକ୍ଷରୁ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଉଛି ।

 

ଲୋକମାନଙ୍କୁ ମଧୁର ଜଳର ମହତ୍ୱକୁ , ଆବଶ୍ୟକତାକୁ ପ୍ରୋତ୍ସାହନ ଦେବାପାଇଁ ଏ ବିଷୟରେ ସମସସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ଦିବସକୁ ପାଳନ କରାଯାଏ । ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ଆୟୋଜିତ ସମ୍ମିଳନୀରେ ଜଳ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

 

ଏବଂ ୧୯୯୩ରେ ଜଳ ଦିବସ ପାଳନ ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ଜନସଚେତନତା ବୃଦ୍ଧି କରିବା ଲକ୍ଷରେ ଏହି ଦିବସକୁ ସର୍ବ ସମ୍ମତି କ୍ରମେ ଜଳ ଦିବସ ପୂପେ ପାଳନ କରାଯାଉଛି । କବିତା , ଟିଭି, ରେଡିଓ , ପଥପ୍ରାନ୍ତ ନାଟକ ଆଦି କରାଯାଇଁ ଲୋକମାନଙ୍କୁ ଜଳର ଗୁରୁତ୍ୱ ବିଷୟରେ ବୁଝାଇବାକୁ ଉଦ୍ୟମ କରାଯାଉଛି ।ଆମ ରାଜ୍ୟରେ ଅନେକ ଅଞ୍ଚଳରେ ପାନୀୟ ଜଳର ସଙ୍କଟ ଦେଖାଗଲାଣି । ତେଣୁ ଏଭଳି ଅମୂଲ୍ୟ ସମ୍ପଦକୁ ଅପଚୟ ନକରି ଭବିଷ୍ୟତ ପାଇଁ ବଞ୍ଚାଇ  ରଖିବା ଓ ସମସ୍ତେ ସଚେତନ ହେବା ଆବଶ୍ୟକ।

Leave A Reply

Your email address will not be published.