ଆଜି ପବିତ୍ର ଭୈମ ଏକାଦଶୀ; ନିଆଳି ମାଧବାନନ୍ଦଜିୟୁ ମନ୍ଦିର ପରିସରରେ ୧୪୪ ଧାରା ଜାରି

0

ନିଆଳି: ଆଜି ପବିତ୍ର ଭୈମ ଏକାଦଶୀ। ଏହାକୁ ଦୃଷ୍ଟିରେ ରଖି ନିଆଳିର ପ୍ରସିଦ୍ଧ ମାଧବାନନ୍ଦ ଜୀଉ ମନ୍ଦିରରେ ଜାରି କରାଯାଇଛି ୧୪୪ ଧାରା। ୨୨ ତାରିଖ ଅପରାହ୍ନ ୨ଟା ଠାରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ ମନ୍ଦିର ଚର୍ତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି।

 

ପ୍ରତିବର୍ଷ ମାଧବାନନ୍ଦ ଜୀଉ ମନ୍ଦିରରେ ଭୈମ ଏକାଦଶୀ ମେଳା ଅନୁଷ୍ଠିତ ହୋଇଥାଏ। ମାତ୍ର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ଥର ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି।

 

ପ୍ରତିବର୍ଷ ମାଘ ଶୁକ୍ଳପକ୍ଷ ଏକାଦଶୀ ଦିନ ଏଠାରେ ବିରାଟ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ପ୍ରାଚୀ ନଦୀରେ ସ୍ନାନ କରି ମାଧବଙ୍କୁ ଦର୍ଶନ କରିଥାନ୍ତି। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଏକାଦଶୀ ରାତିର ନିଦ୍ଧାରିତ ସମୟରେ ମନ୍ଦିରରେ ମହାଦୀପ ଉଠିବାର ପରମ୍ପରା ରହିଛି ।

 

ମନ୍ଦିରରେ ଭୈମ ଏକାଦଶୀ ପର୍ବ ଯଥାରୀତିରେ କୋଭିଡ ନିୟମ ଅନୁସାରେ କରିବାକୁ ସ୍ଥିର କରାଯାଇଛି । ଏହି କଟକଣା ୨୨ ତାରିଖ ସନ୍ଧ୍ୟା ୫ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ଯାଏଁ ବଳବତ୍ତର ରହିବ ।

 

ମନ୍ଦିରର ୨୦୦ ମିଟର ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବା ସହ ଆଇନ ଶୃଙ୍ଖଳା ଉଂଲଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.