ଟ୍ୱିଟର ଆଣିବ ଗୋଲ୍ଡ,, ଗ୍ରେ ଓ ବ୍ଲୁ ଟିକ୍, ଘୋଷଣା କଲେ ଏଲନ ମସ୍କ
ନୂଆଦିଲ୍ଲୀ: ପୁଣିଥରେ ନୂଆ ଭେରିଫିକେସନ ବ୍ୟବସ୍ଥା ଲଞ୍ଚ କରିବ ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର। ଆସନ୍ତା ଶୁକ୍ରବାର ଟ୍ୱିଟର ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ। ଟ୍ୱିଟରର ମାଲିକ ଏଲନ ମସ୍କ ନିଜେ ଏକଥା ଘୋଷଣା କରିଛନ୍ତି।
ପୂର୍ବରୁ ସେ ଲଞ୍ଚ ଡେଟ ନଭେମ୍ବର ୨୯ ରହିବ ବୋଲି କହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାରିଖକୁ ବଦଳାଇ ଦେଇଛନ୍ତି। ଏହାବାଦ ମସ୍କ ଭେରିଫିକେସନ ବ୍ୟବସ୍ଥା ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି।
ପୂର୍ବରୁ ଟ୍ୱିଟରେ ଭେରିଫାଏଡ ଆକାଉଣ୍ଟଗୁଡ଼ିକୁ ବ୍ଲୁ ଟିକ ମିଳୁଥିଲା। କିନ୍ତୁ ଏବେ ମସ୍କ ବ୍ଲୁ ସହ ଗୋଲ୍ଡ ଓ ଗ୍ରେ ରଙ୍ଗର ଟିକ୍ ମଧ୍ୟ ଜାରି କରିବେ।
ମସ୍କ କହିଛନ୍ତି, ବିଳମ୍ବ ପାଇଁ ଆମେ ଦୁଃଖିତ। ଆସନ୍ତା ସପ୍ତାହରୁ କିନ୍ତୁ ଭେରିଫିକେସନ ବ୍ୟବସ୍ଥା ଆରମ୍ଭ ହେବ। ଆସନ୍ତା ଶୁକ୍ରବାରଠାରୁ ନୂଆ ବ୍ୟବସ୍ଥା ଆରମ୍ଭ ହେଉଛି। ଏବେ ଟ୍ୱିଟରେ ଏକାଧିକ ରଙ୍ଗର ଟିକ୍ ମିଳିବ। ବିଭିନ୍ନ କମ୍ପାନୀର ଆକାଉଣ୍ଟ ପାଇଁ ଗୋଲ୍ଡ ରଙ୍ଗର ଟିକ ରହିବ। ସେହିପରି ସରକାରୀ ଆକାଉଣ୍ଟ ପାଇଁ ଗ୍ରେ ଓ ବ୍ୟକ୍ତବିଶେଷ(ସେଲେବ୍ରିଟି ଓ ସାଧାରଣ ଲୋକ)ଙ୍କ ପାଇଁ ବ୍ଲୁ ଟିକ୍ ରହିବ। ଆକାଉଣ୍ଟ ଗୁଡ଼ିକର କାର୍ଯ୍ୟକଳାପକୁ ଦେଖି ଆପେଆପେ ଏହାକୁ ଭେରିଫାଏଡ କରାଯିବ। ଏହା ଯନ୍ତ୍ରଣା ଦାୟକ କିନ୍ତୁ ଜରୁରୀ ମଧ୍ୟ ବୋଲି ମସ୍କ କହିଛନ୍ତି। ଲଞ୍ଚ ବେଳେ ଆହୁରି ବିସ୍ତୃତ ଭାବେ ନିୟମ ଗୁଡ଼ିକ କମ୍ପାନୀ ବୁଝାଇ ବୋଲି ମଧ୍ୟ ମସ୍କ ପ୍ରତିଶ୍ରୁତି ଦେଇଛନ୍ତି।
Elon, I’m trying. It won’t let me and I’m Verified (need to edit 1 character I can’t spell)
— Crypto King (@Cryptoking) November 25, 2022
ଏହାପୂର୍ବରୁ ମସ୍କ ଭେରିଫାଏଡ ଆକାଉଣ୍ଟ ଓ ବ୍ଲୁ ଟିକ ପାଇଁ ୮ ଡଲାର ଦେବାର ବ୍ୟବସ୍ଥା ପ୍ରଣୟନ କରିଥିଲେ। ଏହାକୁ ନେଇ ବିବାଦ ହେବାରୁ ଟ୍ୱିଟର ପକ୍ଷରୁ ଏହି ସବସ୍କ୍ରାଇବ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆଯାଇଥିଲା।
So every individual verified as a public official or $8 payment will have the same check?
Will they be customizable?
Will there be a red check for those that commit fraud but verified #NYT?— Crypto King (@Cryptoking) November 25, 2022