ନିଶାସକ୍ତ ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ

0

ଭୁବନେଶ୍ୱର: ରାଜଧାନୀ ସୁନ୍ଦରପଦାରେ ଚାଞ୍ଚଲ୍ୟ । ମାଆକୁ ହତ୍ୟା କଲେ ଦୁଇ ନାବାଳକ ପୁଅ । ପ୍ରଧାନସାହି ଅର୍ଚିଡ ଆପାର୍ଟମେଣ୍ଟରେ ଘଟିଛି ଏପରି ଚାଞ୍ଚଲ୍ୟକର ଘଟଣା ଘଟଣା । ମାଆର ଅତ୍ୟାଚାର ସହି ନ ପାରି ପୁଅମାନେ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।

ସୂଚନା ଯୋଗ୍ୟ ଯେ, ହତ୍ୟାର ଶିକାର ହୋଇଥିବା ମହିଳା ନିଶାସକ୍ତ ଅବସ୍ଥାରେ ପ୍ରତିଦିନ ଦୁଇ ପୁଅଙ୍କୁ ଅତ୍ୟାଚାର କରି ଆସୁଥିଲେ । ତେବେ ଏଥିରେ କ୍ଷୁବ୍ଧ ହୋଇ ଦୁଇ ପୁଅ ତାଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.