ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ଆଉ ୨ ଗିରଫ

0

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁ ସାହୁଙ୍କ ହତ୍ୟା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତି । ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିସନରେଟ ପୋଲିସ । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮ଜଣଙ୍କୁ ପୋଲିସ ଗିରଫ ହୋଇସାରିଲେଣି । ହତ୍ୟାକାଣ୍ଡର ମୂଳ ଉଦ୍ଦେଶ୍ୟ ପୂର୍ବ ଶତ୍ରୁତା ଓ ବିଜ୍‌ନେସ୍‌ ବୋଲି ଜଣାପଡ଼ିଛି।

 

ସୂଚନା ମୁତାବକ, ଗତ ୪ ତାରିଖରେ ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଛକରେ ଜମ୍ଭୁଙ୍କୁ ୨ଜଣ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ମୃତ ଜମ୍ବୁ ପୁର୍ବରୁ ଦିଲ୍ଲୀପ ବେହେରାଙ୍କ ଠାରୁ ଘର ତିଆରି କରିବାକୁ କିଛି ଟଙ୍କା ଧାର ନେଇଥିଲେ । ପରବର୍ତ୍ତୀ ସମୟରେ ଟଙ୍କା ଫେରସ୍ତ ବଦଳରେ ଜମ୍ବୁ ଦିଲ୍ଲୀପଙ୍କୁ ଗାଳିଗୁଲଜ କରିଥିଲେ । ଏକଥା ଦିଲ୍ଲୀପର ପୁଅ ଜାଣିବା ପରେ ତାର ସାଙ୍ଗ ଶ୍ରୀତିକ ଓ ଆଶୁତୋସକୁ କହି ପାନେ ଦେବାପାଇଁ ଯୋଜନା କରିଥିଲେ । ଆଉ ଗତ ୪ ତାରିଖରେ ସ୍ପଷ୍ଟ ଦିବାଲୋକରେ ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.