ଦୁଇଟି ଚୋରା କେନ୍ଦୁପତ୍ର ଗାଡି ଜବତ କଲା ବନବିଭାଗ

0

ଆଠମଲ୍ଲିକ(୦୩।୦୯) : ଦୁଇ କେନ୍ଦୁପତ୍ର ଗାଡି ଜବତ କଲା ବନବିଭାଗ । ଆଠମଲ୍ଲିକ ବନଖଣ୍ଡର ଦୁଇଟି ରେଞ୍ଜରୁ କେନ୍ଦୁପତ୍ର ବୋଝେଇ ଗାଡି ଜବତ। ବୋଝେଇ କେନ୍ଦୁପତ୍ର ମୁଲ୍ୟ ଆକଳନ ହେଇ ନଥିଲେବି ଦୁଇ ଗୋଟି ଚଢାଉରେ ୯ କୁଇଣ୍ଟାଲରୁ ଅଧିକ ଓଜନର କେନ୍ଦୁପତ୍ର ଜବତ କରିବାରେ ସଫଳ ହେଇଛି ଆଠମଲ୍ଲିକ ବନବିଭଗ ।

ସୂଚନାଅନୁଯାୟୀ, ମାଧପୁର ରେଞ୍ଜର କିଆକଟା ଛକ ନିକଟରୁ ଏକ ବୋଲେରୋରେ କେନ୍ଦୁପତ୍ର ଲୋଡ଼ ଗାଡିକୁ ଜବତ କରିଥିବା ସମୟରେ ଡ୍ରାଇଭର ଫେରାର ହେଇଥିଲା । ହଣ୍ଡପା ରେଞ୍ଜର ହଣ୍ଡପା ନିକଟରେ କେନ୍ଦୁପତ୍ର ଲୋଡ଼ କରି ଚାଲାଣ କରିବାକୁ ଯାଉଥିବା ସମୟରେ ଚଢ଼ାଉ ହେଇଥିଲା । ଗାଡି ଓ କେନ୍ଦୁପତ୍ର ଛାଡି ସମସ୍ତେ ପଳାଇଯିବା ଫଳରେ ବିଭାଗ ଟାଟା ଏସି ଗାଡିକୁ ଜବତ କରିଛି ।

Leave A Reply

Your email address will not be published.