ଅନୁମିତା ବିନା ଆମେରିକା ନୌସେନାର ଭାରତୀୟ ସମୁଦ୍ର ସୀମାରେ ଅଭ୍ୟାସ

0

ନୂଆଦିଲ୍ଲୀ: ଆମେରିକା ନୌସେନା ଭାରତୀୟ ଲକ୍ଷାଦ୍ୱୀପର ବିନା ଅନୁମତିର ଅଭ୍ୟାସ କରିଛି । ଭାରତ ଏକସକ୍ଲ୍ୟୁଜିଭ ଇକୋନୋମିକ ଜୋନରେ ସମର ଅଭ୍ୟାସ ପାଇଁ ଭାରତର ଅନୁମତି ନେବା ଆବଶ୍ୟକ ନାହିଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଆନ୍ତର୍ଜାତୀୟ ନିୟମ ଅନୁସାରେ ଏ ଭଳି ଅଭ୍ୟାସ ଆଗକୁ ମଧ୍ୟ ଜାରି ରହିବ ବୋଲି ଆମେରିକା ନୌସେନା କହିଛି ।

 

୭ ଏପ୍ରିଲରେ ଯୁଦ୍ଧ ଜାହାଜ ୟୁଏସଏସ ଜନ ପଲ ଜୋନ୍ସ ଲକ୍ଷାଦ୍ୱୀପ ସମୁଦ୍ର କୂଳରୁ ୧୩୦ କିଲୋମିଟର ଭିତରକୁ ଯାଇ ଅଭ୍ୟାସ କରିଥିଲା । ଭାରତ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ଜାରି କରାଯାଇ ନାହିଁ । ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ କରି ଉଭୟ ଭାରତ-ଆମେରିକା ନିକଟତର ହୋଇଛନ୍ତି । ଚୀନ ସହ ଶତ୍ରୁତା ଥିବା ଭାରତ ଆମେରିକା ପ୍ରତି କୋହଳ ମନୋଭାବ ଆପଣାଉଛି ।

Leave A Reply

Your email address will not be published.