ଗୋରୁ ଚୋରା ଚାଲାଣ ବେଳେ ଗାଡି ଦୁର୍ଘଟଣା ଗସ୍ତ : ୧୦ରୁ ଅଧିକ ଗାଈ ମୃତ

0

ଯାଜପୁର (୦୭/୦୮): ଦୁର୍ଘଟଣାଗ୍ରସ୍ତ ହେଲା ଗୋରୁ ବୋଝେଇ ଟ୍ରକ୍ ।  ୧୬ ଜାତୀୟ ରାପଥ ନିକଟ ବ୍ରଜନଗର ଠାରେ ଭରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଛି ଗୋରୁ ବୋଝେଇ ଗାଡ଼ି ।

ସୂଚନା ଅନୁସାରେ, ରବିବାର ସକାଳୁ ଭଦ୍ରକରୁ ଭୁବନେଶ୍ୱର ଆଡ଼କୁ ଯାଉଥିବା ଏକ ଟ୍ରକରେ ଚୋରା ଗୋଚାଲାଣ ହେଉଥିଲା । ତେବେ ୧୬ନଂ ଜାତୀୟ ରାଜପଥ ନିକଟ ବ୍ରଜନଗର୍ ଠାରେ ଏହା ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଗାଡ଼ିରେ ଚୋରା ଭାବେ ଚାଲାଣ ହେଉଥିବା ୧୦ରୁ ଅଧିକ ଗାଙ୍କର ମୃତ୍ୟୁ ହୋଇଯାଇଛି।

ତେବେ ଘଟଣା ସମ୍ପର୍କରେ ପାଣିକୋଇଲି ପୋଲିସ ପହଁଚି ଗାଡ଼ି ତଳେ ଚାପି ହୋଇଥିବା ଗୋରୁଙ୍କୁ ଉଦ୍ଧାର କରିଛି । ତେବେ ଟ୍ରକର ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳୁଛି ।

Leave A Reply

Your email address will not be published.