ଭିଡିଓ ଭାଇରାଲ୍ ଆଲର୍ଟ: ଏଟିଏମ୍ରେ ଯୁବତୀଙ୍କ ଅସମ୍ଭାଳ ନାଚ
ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡିଓରେ ଜଣେ ଯୁବତୀଙ୍କ ଅସମ୍ଭାଳ ନାଚ ଦେଖାଯାଇପାରେ । ହେଲେ ଖାସ କରି ଏଟିଏମ୍ରେ ଟଙ୍କା ଉଠାଣ ବେଳେ ଯୁବତୀଙ୍କ ନାଚ ସମସ୍ତଙ୍କୁ ତାଜୁବ କରିଛି ।
ଏଟିଏମ୍ରେ ଯୁବତୀ ଜଣକ ଏପରି କାହିଁକି ନାଚୁଛନ୍ତି, ତାହାର କାରଣ ସ୍ପଷ୍ଟ ହୋଇପାରିନି । ତେବେ ଅନେକ ଲୋକ ପ୍ରଥମ ଦରମା ପାଇବା ଖୁସୀରେ ଯୁବତୀ ଜଣକ ନାଚୁଥିବା ଅନୁମାନ କରିଛନ୍ତି । କଳା ରଙ୍ଗର ଟପ୍ ଓ ମାସ୍କ ପିନ୍ଧିଥିବା ଯୁବତୀଙ୍କର ଏହି ଭିଡିଓଟି କେଉଁଠୁ ଆସିଛି ତାହା ଏବେ ବି ଜଣାପଡିନି ।