ଜହ୍ନ ରାଇଜରେ ଜାଗା ଭେଟି…

0

କୁଜଙ୍ଗ : ଆଉ ବେଶୀ ଦୂର ନୁହେଁ ଜହ୍ନର ରାଇଜ । ଏଇ ଜହ୍ନ, ଯିଏ କେବଳ ଲେଖନୀ ଆଉ କାଗଜ ପୃଷ୍ଠାରେ ସ୍ଥାନୀତ ହେଉଥିଲା । ହେଲେ ଏବେ ସେହି ଜହ୍ନରେ ରହିବାକୁ ମଣିଷ ଦୁଇ ପାଦ ଆଗକୁ ଆସିଗଲାଣି । ଜହ୍ନରେ ଜାଗା କିଣି ଭେଟି ଦେଉଛି ନିଜ ପରିବାରକୁ । ଜଗତସିଂହପୁର କୁଜଙ୍ଗ ବ୍ଲକ୍ ବଡ଼ଙ୍ଗ ଅଞ୍ଚଳର ସମାଜସେବୀ ପ୍ରବୀର ପ୍ରଧାନ । ଆମେରିକାର ଲୁନାର ସୋସାଇଟିରୁ ଜାଗା କିଣି ନିଜ ଝିଅ ଓ ପତ୍ନୀଙ୍କୁ ଦେଇଛନ୍ତି ଭେଟି । ଚନ୍ଦ୍ର ପୃଷ୍ଠରେ ଜାଗା କିଣିସାରିବା ପରେ ପ୍ରବୀରଙ୍କ ପରିବାରରେ ସମସ୍ତେ ବେଶ୍ ଖୁସି ହୋଇଛନ୍ତି । ଖାସ୍ କରି ତାଙ୍କର ଝିଅ ଓ ପତ୍ନୀ ମଧ୍ୟ ଏହି ଉପହାର ପାଇ ଆତ୍ମହରା ହୋଇପଡିଛନ୍ତି ।

Leave A Reply

Your email address will not be published.