୨୪ ଘଣ୍ଟାରେ ୬୦ ହଜାର ସଂକ୍ରମିତଙ୍କ ସହ ଦେଶରେ ୩୧ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

0

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।

ଗତ ୨୪ ଘଣ୍ଟାରେ ସର୍ବାଧିକ ୬୧,୪୦୮ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ ସଂଖ୍ୟା ୩୧,୦୬,୩୪୯ ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦେଶରେ ୮୩୬ ମୃତ୍ୟୁ ରେକର୍ଡ ହୋଇଛି । ଏହାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୫୭,୫୪୨ ରେ ପହଞ୍ଚିଛି।

ଗୋଟିଏ ଦିନରେ ଦେଶରେ ୫୭,୪୬୮ ଜଣ ଆରୋଗ୍ୟଙ୍କ ସହ ୨୩ ଲକ୍ଷ ଟପିଲା ମୋଟ ଆରୋଗ୍ୟଙ୍କ ସଂଖ୍ୟା।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି । ବର୍ତ୍ତମାନ ଦେଶରେ ପ୍ରତିଦିନ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟ କରାଯାଉଛି ।

Leave A Reply

Your email address will not be published.