ବିଧାନସଭା ଆଗରେ ଯୁବକଙ୍କ ହାଇଡ୍ରାମା: ମହିଳାଙ୍କ ବେକରେ ଲଗାଇଲେ ଛୁରୀ

0

ଭୁବନେଶ୍ୱର : ବିଧାନସଭା ଆଗରେ ଅଦ୍ଭୁତ କାଣ୍ଡ । ବିଧାନସଭା ଆଗରେ ମା’ ବେକରେ ଛୁରୀ ଲଗାଇଲା ପୁଅ । ମାକୁ ଛୁରୀ ଭୁସି ମାରିବାକୁ ଉଦ୍ୟମ କରିଥିଲା ପୁଅ । କଣ ପାଇଁ ପୁଅ ଏହିଭଳି କାଣ୍ଡ କରିଛି ତାର କାରଣ ଅସ୍ପଷ୍ଟ । ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ମହିଳାଙ୍କୁ ପୋଲିସ ଉଦ୍ଧାର କରିବା ପରେ ପଚରାଉଚୁରା କରିଥିଲା । ମହିଳା କହିଛନ୍ତି ସେ ତାଙ୍କ ନିଜ ପୁଅ । ସେ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । କିନ୍ତୁ ହଠାତ ବିଧାନସଭା ଆଗରେ ଆସି ତାଙ୍କ ବେକରେ ଛୁରୀ ଲଗାଇ ଚିତ୍କାର କରିଥିଲେ ।

ଯେହେତୁ ବିଧାନସଭା ଅଧିବେଶନ ଜାରି ରହିଛି, ବିଧାନସଭା ଆଗରେ ସୁରଖିକର୍ମୀ ନିୟୋଜିତ ଥିଲେ । ଯୁବକ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇଥିବା ଦେଖି ସୁରକ୍ଷାକର୍ମୀ ତାଙ୍କ ନିକଟକୁ ଦଉଡି ଆସିଥିଲେ । ପୋଲିସ ଓ ସୁରକ୍ଷାକର୍ମୀ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ମହିଳାଙ୍କ କୌଣସି କ୍ଷତି ହୋଇନାହିଁ । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ନା ଏହି କାଣ୍ଡ ଘଟାଇବା ପଛରେ ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ପୋଲିସ କହିବାନୁଯାୟୀ ଘଟଣା ନିକଟରେ କିଛି କାଗଜପତ୍ର ମଧ୍ୟ ଚିରା ହୋଇ ପଡିଥିଲା ।

Leave A Reply

Your email address will not be published.