ଜୀ ସାର୍ଥକ ର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ନବଦୂର୍ଗା’ ଅକ୍ଟୋବର ୯ ତାରିଖ ସଧ୍ୟା ୬ଟା ୩୦ମିନିଟ୍ ରେ

0

ସୃଷ୍ଟିକୁ ରକ୍ଷା କରିବାକୁ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା ଦଶଭୂଜା ଦୁର୍ଗା । ବିଭିନ୍ନ ରୂପରେ ଅବତାର ନେଇ ମା’ ଦର୍ଶନ ଦିଅନ୍ତି । ଭକ୍ତର ମନସ୍କାମନା ପୂରଣ କରନ୍ତି । ଏହି ପବିତ୍ର ପାର୍ବଣ ମାସରେ ଓଡିଶାର ସବୁଠାରୁ ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକ ପ୍ରସ୍ତୁତ କରିଛି ‘ନବଦୂର୍ଗା’ । ଜୀ ସାର୍ଥକରେ ପ୍ରସାରିତ ବିଭିନ୍ନ ଧାରାବାହିକର ନାରୀ ଚରିତ୍ରମାନେ ‘ନବଦୂର୍ଗା’ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜୟୀନୀ ଧାରାବାହିକର ଦୂର୍ଗା ଦେବୀ କାଳରାତ୍ରି ଓ ସ୍ତୁତି ଦେବୀ ସ୍କନ୍ଦମାତା ଭୁମିକାରେ ରହିଥିବା ବେଳେ ଝିଲି ଧାରାବାହିକର ଝିଲି ଦେବୀ ବ୍ରହ୍ମଚାରିଣୀ ଭୂମିକାରେ ନଜର ଆସିଛନ୍ତି । ସୁନାଝିଅ ଧାରାବାହିକର ପ୍ରିୟା ଦେବୀ କାତ୍ୟାୟନି ଓ ଗୀତା ଦେବୀ ଶୈଳପୁତ୍ରୀ ଭୁମିକାରେ ନଜର ଆସିଛନ୍ତି । ସେହିଭଳି ସର୍ବଜିତା ଅନୁ ଧାରାବାହିକର ସାରା ଦେବୀ ସିଦ୍ଧିଦାତ୍ରୀ ଓ ମା ଯାହାର ସାହା ଧାରାବାହିକର ପାର୍ବତୀ ଦେବୀ ମହାଗୌରୀ ଭୁମିକାରେ ନଜର ଆସିଛନ୍ତି । ମୋ ଅଗଣାର ତୁଳସୀ ତୁ ଧାରାବାହିକର ତୁଳସୀ ଦେବୀ ଚନ୍ଦ୍ରଘଣ୍ଟା, ସୁନାଝିଅ ଧାରାବାହିକର ପଲ୍ଲବୀ ଦେବୀ କୁସ୍ମାଣ୍ଡା ଭୁମିକାରେ ନଜର ଆସିଛନ୍ତି । ଦିଦି ନମ୍ବର ୱାନର ଲିପି ଦେବୀ ଦୁର୍ଗାଙ୍କ ଭୁମିକାରେ ନଜର ଆସିଛନ୍ତି । ଅକ୍ଟୋବର ୯ ତାରିଖ ସଂଧ୍ୟା ୬ଟା୩୦ ମିନିଟ୍ ରେ ଜୀ ସାର୍ଥକରେ ‘ନବଦୂର୍ଗା’ ପ୍ରସାରିତ ହେବ ବୋଲି ଚ୍ୟାନେଲ ପକ୍ଷରୁ ସୂଚନା ଦିଆଯାଇଛି । ପବିତ୍ର ପାର୍ବଣ ମାସରେ ଜୀ ସାର୍ଥକର ଏହି ନିଆରା ପ୍ରୟାସ ସବୁ ମହଲରେ ଉଚ୍ଚପ୍ରଶଂସିତ ହେଉଛି ।

Leave A Reply

Your email address will not be published.