ଇଦ୍ ମୁବାରକ ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ଆଜି ପବିତ୍ର ଇଦ ଉଲ ଜୁହା । ସାରା ରାଜ୍ୟ କରୋନା ଭୟରେ ରହୁଥିବା ବେଳେ ଇଦ୍ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୁସଲମାନ ଭାଇଭଉଣୀଙ୍କୁ ‘ଇଦ୍ ମୁବାରକ୍’ ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ଇଦ୍ ଜୀବନରେ ସୁଖ ଆଣିବା ସହ ଶାନ୍ତି ବଜାୟ ରଖୁ ବୋଲି ସେ କାମନା କରିଛନ୍ତି ।

ରାଜ୍ୟର କରୋନା କଟକଣା ପାଇଁ ସାମୁହିକ ଭାବରେ ବକ୍ରିଦ୍ ପାଳନ ଉପରେ କଟକଣା ଜାରି ରହିଛି । ତେଣୁ ମୁସଲମାନ ଭାଇଭଉଣୀମାନେ ଘରେ ରହି ପାଳନ କରୁଛନ୍ତି ପର୍ବ । ଇଦ ଅବସରରେ ମାନସିକଧାରୀ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ପଶୁଙ୍କୁ ସମର୍ପଣ କରିଥାନ୍ତି । ତେଣୁ ଏହାକୁ ବଳିଦାନର ପର୍ବ ମଧ୍ୟ କୁହାଯାଏ । କରୋନା ପାଇଁ ବିଭିନ୍ନ ମସଜିଦରେ କେବଳ ମୌଲବୀ ମାନେ ହିଁ ନମାଜ ପାଠ କରିବାର ନିଷ୍ପତ୍ତି ନିଆଯାଇଛି । କୌଣସି ପ୍ରକାର ଭିଡ଼ ଯେପରି ମସଜିଦ ସାମ୍ନାରେ ନହୁଏ ସେଥିପାଇଁ ପୋଲିସ ମୁତୟନ କରାଯାଇଛି ।

ଏହାସହ ଦେଶର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ଅନୁଷ୍ଠିତ ହୋଇଯାଇଛି  । କରୋନା ପାଇଁ ନମାଜ ପାଠ ବେଳେ ସାମାଜିକ ଦୂରତା ଏବଂ ମାସ୍କ ଉପରେ ବେଶ ଗୁରୁତ୍ୱ ଦିଆଯାଇଛି । ଦିଲ୍ଲୀ ଜାମା ମସଜିଦରେ ସକାଳୁ ସକାଳୁ ନମାଜ ପାଠ ପାଇଁ ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗିଥିଲା । ଶ୍ରଦ୍ଧାଳୁଙ୍କ ସ୍କ୍ରିନିଂ ପରେ ନମାଜ ପାଠ ପାଇଁ ମସଜିଦକୁ ଛାଡ଼ିଥିଲା ପୋଲିସ । ତେବେ କିଛି ଶ୍ରଦ୍ଧାଳୁ ସାମାଜିକ ଦୂରତା ମାନିନଥିବା ମଧ୍ୟ ନଜର ଆସିଛି । ସେପଟେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭୀ ଘରେ ରହି ନମାଜ ପାଠ କରିଥିଲେ ।

Leave A Reply

Your email address will not be published.