ବାୟୁରେ ବ୍ୟାପୁଛି କରୋନା, ଲାନସେଟ୍ ରିପୋର୍ଟର ବଡ଼ ଦାବି

0

ନୂଆଦିଲ୍ଲୀ: ଭାରତ ସମେତ ଅଧିକାଂଶ ଦେଶରେ କରୋନାର ପ୍ରକୋପ ପୁଣି ଥରେ ଦେଖିବାକୁ ମିଳିଛି । ସଂକ୍ରମଣ ବ୍ୟାପିବା ସହ ଦ୍ରୁତଗତିରେ ରୂପ ବଦଳାଉଛି କରୋନା ଭୂତାଣୁ । ଭାରତରେ ସ୍ଥିତି ବେଶ୍ ଚିନ୍ତାଜନକ ହୋଇପଡ଼ିଛି । ଏହାରି ଭିତରେ ପ୍ରତିଷ୍ଠିତ ଜର୍ଣ୍ଣାଲ ଦ ଲାନସେଟ୍ ଏକ ରିପୋର୍ଟରେ ଦାବି କରିଛି ଅଧିକ ସଂକ୍ରମଣ ପବନ ମାଧ୍ୟମରେ ହେଉଛି । ଏଥିପାଇଁ ସୁରକ୍ଷା ପ୍ରୋଟୋକଲରେ ତୁରନ୍ତ ପରିବର୍ତ୍ତନ ଆବଶ୍ୟକ ।

 

ଇଂଲଣ୍ଡ, ଆମେରିକା ଓ କାନାଡ଼ାର ୬ ଜଣ ବିଶେଷଜ୍ଞ ଏହି ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି । ରିପୋର୍ଟରେ କୁହାଯାଇଛି- ପବନରେ ଭାଇରସ୍ ବ୍ୟାପେ ନାହିଁ, ଏହା ସାବ୍ୟସ୍ତ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ଯେତେବେଳେ କି ଅଧିକାଂଶ ଅନୁଯାୟୀ ନୂଆ ରିପୋର୍ଟ ଅନୁସାରେ କୋଭିଡ୍-୧୯ ସୁରକ୍ଷା ପ୍ରୋଟୋକଲରେ ତୁରନ୍ତ ପରିବର୍ତ୍ତନ ଅଣାଯାଉ । ଦ ଲାନସେଟରେ ଦାବି କରାଯାଇଛି- ଭାଇରସ୍ ବାୟୁ ମାଧ୍ୟମରେ ବ୍ୟାପୁଛି । ଏହାକୁ ଜର୍ଣ୍ଣାଲ୍ ୧୦ଟି କାରଣ ମଧ୍ୟ ଦର୍ଶାଇଛି ।

Leave A Reply

Your email address will not be published.