ମାଲକାନଗିରିରୁ ହନୁମାନ ପଇସା ରାକେଟର ପର୍ଦ୍ଦାଫାସ, ୩ ଗିରଫ

0

ମାଲକାନଗିରି: ହନୁମାନ ପଇସା ରାକେଟ୍‌ର ପର୍ଦ୍ଦାଫାସ୍‌ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଗିରଫ ହୋଇଛନ୍ତି ୩ ଜଣ । ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି ଚିତ୍ରତକୋଣ୍ଡା ଥାନା ପୋଲିସ ।

 

ଗିରଫ ଅଭିଯୁକ୍ତମାନେ ହେଲେ ଓଡ଼ିଶାର ମୋହନ ତ୍ରିବେଦୀ ଏବଂ ଆନ୍ଧ୍ରପ୍ରଦେଶର ଇତହାମ୍ ସେଠୀ ଭେଙ୍କଟ ରମଣ ଓ କୃପା ଭରମ୍ ତ୍ରିପାଲି । ହନୁମାନ ପଇସା ଆଳରେ ସ୍ଥାନୀୟ ଲୋକଙ୍କୁ ଠକୁଥିବା ଏବଂ ପଶୁ ଚମଡ଼ା ଓ ବନ୍ଧୁକ କାରବାର ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.