୨୪ ଘଣ୍ଟାରେ ରାଜ୍ୟରେ ୧୪ କରୋନା ଆକ୍ରାନ୍ତ ମୃତ, ଛଅ ଶହ ଟପିଲା ମୃତ୍ୟୁସଂଖ୍ୟା

0

ଭୁବନେଶ୍ୱର: ରାଜ୍ୟରେ ମାଡୁଛି ଓ ମାରୁଛି ମହାମାରୀ । ଗତ ୨୪ ଘଣ୍ଟାରେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ୭ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୫ ଜଣ ମହିଳା ଓ ୯ ଜଣ ପୁରୁଷ ।

ଖୋର୍ଦ୍ଧା ଜିଲ୍ଲାରୁ ଆଉ ୫ ମୁଣ୍ଡ ନେଇଛି ମହାମାରୀ । ମୃତକଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୪ ଜଣ ଆକ୍ରାନ୍ତ । ସେହିପରି ପୁରୀରୁ ୩ ଜଣ ଓ ମୟୂରଭଞ୍ଜରୁ ୨ ଜଣ ପ୍ରାଣ ହରାଇଛନ୍ତି ।

କଟକ, କୋରାପୁଟ, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୨% ।

Leave A Reply

Your email address will not be published.