କୁପୱାରାରେ ହିମସ୍ଖଳନ: ଜଣେ ଯବାନ ଶହୀଦ, ୨ ଆହତ

0

ଶ୍ରୀନଗର:ଜମ୍ମୁ-କଶ୍ମୀରର କୁପୱାରା ଜିଲାରେ ଏବେ ହିମସ୍ଖଳନ ଜାରି ରହିଛି । ଏଥିଯୋଗୁ ସୀମାରେ ମୁତୟନ ଯବାନ ମଧ୍ୟ ବିପଦର ସମ୍ମୁଖୀନ ହେଉଛନ୍ତି । ଜଣେ ଯବାନ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରୁତର ଅହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବେସ୍ ଡାକ୍ତରଖାନାରେ ଭର୍ତି କରାଯାଇଛି । ରାଜ୍ୟ ପ୍ରକୃତିକ ବିପର୍ଯ୍ୟୟ ପ୍ରଶମନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମଙ୍ଗଳବାର ରାତିରେ ରୋଶନ ପୋଷ୍ଟ ନିକଟରେ ଏହି ହିମସ୍ଖଳନ ହୋଇଥିଲା । ବରଫ ତଳେ ଯବାନ ମାନେ ଦବି ହୋଇ ରହି ଯାଇଥିଲେ । ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.