ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ, କିଛି ସପ୍ତାହ ଭିତରେ ଆସିପାରେ କରୋନା ଟିକା

0

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ । ଆଗାମୀ କିଛି ସପ୍ତାହ ଭିତରେ ମିଳିପାରେ କରୋନା ଟିକା । କେବଳ ବିଶେଷଜ୍ଞଙ୍କ ଗ୍ରୀନ ସିଗନାଲକୁ ଅପେକ୍ଷା ରହିଛି । ଆଜି ସର୍ବଦଳୀୟ ବୈଠକ ପରେ ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଚିକା ଆସିଲେ ପ୍ରଥମେ ବୟସ୍କ ଓ କରୋନା ଓ୍ୱାରିୟର୍ସଙ୍କୁ ମିଳିବ । ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଏମିତି ୮ଟି କରୋନା ଭ୍ୟାକସିନ୍ ଟ୍ରାଏଲ ଉପରେ କାମ ଅନ୍ତିମ ପର୍ୟ୍ୟାୟମରେ ପହଞ୍ଚିଛି । ବିଶେଷଜ୍ଞ ମଞ୍ଜୁରୀ ଦେଲେ ଏଦିଗରେ କାମ ଜୋରସୋରରେ ଆଗେଇବ । କରୋନା ଟିକା ନେଇ ଭାରତ ଏକ ସ୍ୱତନ୍ତ୍ର ସଫ୍ଟଓ୍ୱେୟାର ବିକଶିତ କରୁଛି । ସମସ୍ତଙ୍କୁ ଟିକା ପହଞ୍ଚାଇବା ଦିଗରେ ଏହା ଟ୍ରାକ୍ କରିବ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ଟିକା ବିତରଣ ନେଇ ବିସ୍ତୃତ ଭାବରେ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ଏକ ନ୍ୟାସନାଲ୍ ଏକ୍ସପର୍ଟ ଗ୍ରୁପ ତିଆରି କରାଯାଇଛି । ଏହାର ସୁପାରିଶ ଅନୁସାରେ କାମ ଆଗେଇବ । ଟିକାର ଦାମ କେତେ ରହିବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଆଲୋଚନା କରି ନିଷ୍ପତ୍ତି ନେବେ ।

 

ପ୍ରଧାନମନ୍ତ୍ରୀ ସମସ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି କିଛି ପରାମର୍ଶ ଦେବାକୁ ଚାହୁଁଥିଲେ ଲିଖିତ ଭାବରେ ଦେଇପାରିବେ । ପ୍ରତିଶ୍ରୁତି ଦେଇଛନ୍ତି ପରାମର୍ଶଗୁଡ଼ିକୁ ବିଚାର କରାଯିବ । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.