ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ : କାରକେଡ୍ ଉପରକୁ ଆଖିବୁଜା ଗୁଳିମାଡ

0

ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ କାର ଉପରେ ଆକ୍ରମଣ କରାଯାଇଛି । ଆକ୍ରମଣକାରୀମାନେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଛନ୍ତି । ଏହି ମାରାତ୍ମକ ଆକ୍ରମଣରୁ ପାଲେଷ୍ଟାଇନ ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ କାର ଉପରେ ମାରାତ୍ମକ ଆକ୍ରମଣ ହୋଇଛି । ଅଜ୍ଞାତ ଆକ୍ରମଣକାରୀମାନେ ରାଷ୍ଟ୍ରପତିଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଆକ୍ରମଣକାରୀମାନେ ସେମାନଙ୍କ ଗାଡି ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏହି ମାରାତ୍ମକ ଆକ୍ରମଣରୁ ପାଲେଷ୍ଟାଇନ ରାଷ୍ଟ୍ରପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ରବିବାର ଦିନ ୱେଷ୍ଟବ୍ଯାଙ୍କରେ ମହମ୍ମଦ ଅବ୍ବାସ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରିଥିଲେ । ବ୍ଲିଙ୍କେନଙ୍କ ସହ ତାଙ୍କର ସାକ୍ଷାତକାରରେ ଅବ୍ବାସ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ବନ୍ଦ କରିବାକୁ କହିଥିଲେ । ଗତ ଏକ ମାସ ଧରି ଗାଜାରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ମଙ୍ଗଳବାର ଦିନ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ବିରୋଧରେ ହୋଇଥିବା ଏହି ହତ୍ୟା ଉଦ୍ୟମ ଏହି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ।

ତୁର୍କୀ ଟାଇମ୍ସ ଅନୁଯାୟୀ, ୱେଷ୍ଟବ୍ଯାଙ୍କରେ ଥିବା ‘ସନ୍ସ ଅଫ ଆବୁ ଜନ୍ଦାଲ’ ଦ୍ୱାରା ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହମୁଦ ଅବ୍ବାସଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଥିଲା । ଯେତେବେଳେ ଅବ୍ବାସ ଇସ୍ରାଏଲ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ସମୟସୀମା ଶେଷ ହେବା ମାତ୍ରେ ତାଙ୍କ କାରକେଡ୍ ଉପରେ ଆକ୍ରମଣ କରାଯାଇଥିଲା । ଏହି ସଂଘର୍ଷରେ ଅବ୍ବାସଙ୍କ ଜଣେ ଅଙ୍ଗରକ୍ଷୀକୁ ଗୁଳି ମରି ହତ୍ୟା କରାଯାଇଛି । ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।

Leave A Reply

Your email address will not be published.