ଭୁବନେଶ୍ୱରରେ ରେଞ୍ଜ ରୋଭର ଦୁର୍ଘଟଣା ମାମଲା, ଚିକିତ୍ସାଧୀନ ଯୁବତୀଙ୍କ ମୃତ୍ୟୁ

0

ଭୁବନେଶ୍ୱର ପାଓ୍ୱାର ହାଉସ୍ ଛକ ଦୁର୍ଘଟଣାରେ ଆହତ ଯୁବତୀଙ୍କ ପରଲୋକ । କଟକର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗତ ତିନି ଦିନ ହେବ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତଥାପି ତାଙ୍କ ଅବସ୍ଥାରେ କୌଣସି ସୁଧାର ନେହେବାରୁ ସେ ଆଜି ଆଖି ବୁଜିଥିବା ଜଣାଯାଇଛି । ମୃତା ଯୁବତୀ ହେଲେ ଲୋପାମୁଦ୍ରା ସାହୁ।

ସୂଚନା ଥାଉକି, ଗତ ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଦୁର୍ଘଟଣା ହୋଇଥିଲା । ରେଞ୍ଜ ରୋଭର ଧକ୍କାରେ ବାଇକ୍‌ରେ ଯାଉଥିବା କାହ୍ନୁଚରଣ ଓ ଲୋପାମୁଦ୍ରା ଗୁରୁତର ହୋଇଥିଲେ । ଉକ୍ତ ଦାମୀ ଗାଡ଼ି କାହାର ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ତାହା ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ କମ୍ପାନୀର ଗାଡ଼ି ବୋଲି ଜଣାଯାଇଛି ।

ରାଜଧାନୀରେ ଦୁର୍ଘଟଣା: ପଲସରକୁ ପିଟିଲା କାର୍, ଦୁଇ ଗୁରୁତର

ତେବେ ଦୁର୍ଘଟଣା ଘଟିବା ଦିନ ବିଶାଳ ଦାସ ସେହି ଗାଡ଼ିରେ ବସିଥିଲେ କି ନାହିଁ, ଘଟଣା ସଂପର୍କରେ ସେ ଜାଣିଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ। ଏନେଇ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବପର ହୋଇ ପାରିନାହିଁ । ଦୁର୍ଘଟଣାରେ ଗୁରୁତର ହୋଇଥିବା ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ ଏବେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଛି।

କହିବାକୁ ଗଲେ କମିଶନରେଟ୍ ପୋଲିସର କାର୍ଯ୍ୟାଳୟଠୁ ମାତ୍ର ୫୦ ମିଟର ଦୂରରେ ଏଇ ଦୁର୍ଘଟଣା ଘଟିଥିବା ବେଳେ ପୁଲିସ୍‌ ଗାଡ଼ି ଡ୍ରାଇଭର ସୌଭାଗ୍ୟ କୁମାର ବାଗଙ୍କୁ ଗିରଫ କରିଛି । ଦୁର୍ଘଟଣା ସମୟରେ ରେଞ୍ଜ ରୋଭରର ଆଗ ପଟରେ ଥିବା ଦୁଇଟି ଯାକ ବେଲୁନ ଫାଟିଥିବାରୁ କାରରେ ଦୁଇଜଣ ବ୍ୟକ୍ତି ଥିବା ସ୍ପଷ୍ଟ ହେଉଛି। ତେବେ ସେ ଦ୍ୱିତୀୟ ବ୍ୟକ୍ତି କିଏ? ସଂପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ କିଛି ଉଦ୍ୟମ କାମ କରୁନଥିଲା ତ ? ଏନେଇ କେହି କିଛି ମୁହଁ ଖୋଲୁ ନାହାନ୍ତି ।

Leave A Reply

Your email address will not be published.