ମଦ ଦୁର୍ନୀତି ମାମଲା ପରେ କେଜ୍ରିଓ୍ୱାଲଙ୍କୁ ଆଉ ଏକ ଝଟକା, ଦେବାକୁ ହେବ ଜରିମାନା
ପୁଣି କେଜ୍ରିଓ୍ବାଲଙ୍କୁ ଝଟକା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ରାଡାରରେ ଥିବା ଅରବିନ୍ଦ କେଜ୍ରିଓ୍ବାଲକୁ ଗୁଜରାଟ ହାଇକୋର୍ଟରୁ ଝଟକା। ପିଏମ ମୋଦୀଙ୍କ ଡିଗ୍ରୀ ମାମଲାରେ ଗୁଜରାଟ ହାଇକୋର୍ଟ ତାଙ୍କର ପୁର୍ନବିଚାର ଯାଚିକାକୁ ଖାରଜ କରିଛନ୍ତି। ଜଷ୍ଟିସ୍ ବିରେନ ବୈଷ୍ଣବଙ୍କ ବେଞ୍ଚ ଗୁରୁବାର ରାୟ ଶୁଣାଇ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଯାଚିକା ଖାରଜ କରିଛନ୍ତି।
ଅର୍ଥାତ୍ ଏବେ ତାଙ୍କୁ ୨୫ ହଜାର ଟଙ୍କା ଜରିମାନ ଭରିବାକୁ ହେବ। ଏହି ମାମଲାରେ ଶୁଣାଣି ପରେ କୋର୍ଟ ସେପ୍ଟେମ୍ବର ୩୦ରେ ରାୟ ସଂରକ୍ଷିତ କରିଥିଲେ।
ଏହା ପୂର୍ବରୁ କୋର୍ଟ ମାର୍ଚ୍ଚରେ କେନ୍ଦ୍ର ସୂଚନା ଆୟୋଗର ୨୦୧୬ ଆଦେଶକୁ ଖାରଜ କରିଥିଲେ ଏବଂ କେଜ୍ରିଓ୍ବାଲଙ୍କ ଉପରେ ଜରିମାନା ଲଗାଇଥିଲେ। ଜଷ୍ଟିସ୍ ବିରେନ ବୈଷ୍ଣବଙ୍କ ବେଞ୍ଚ ଗୁଜରାଟ ବିଶ୍ବବିଦ୍ୟାଳୟ ତରଫରୁ ଦାୟର ଅପିଲ୍ ଉପରେ ସିଆଇସିର ଆଦେଶକୁ ଖାରଜ କରିଥିଲେ। ସିଆଇସି ଗୁଜରାଟ ବିଶ୍ବବିଦ୍ୟାଳୟକୁ କହିଥିଲା ଯେ, ପିଏମ ମୋଦୀଙ୍କ ଏମଏ ଡିଗ୍ରୀ କେଜ୍ରିଓ୍ବାଲଙ୍କୁ ଦେଖାଯାଉ । ତେବେ କୋର୍ଟ କେବଳ ଡିଗ୍ରୀ ଜାରି କରିବା ଉପରେ ରୋକ୍ ଲଗାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ୨୫ ହଜାର ଜରିମାନା ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରିକୁ ନେଇ ପୁଣି କୋର୍ଟରେ ଅରବିନ୍ଦ କେଜରିୱାଲ, ୨୫ ହଜାର ଟଙ୍କାର ଜରିମନାକୁ କଲେ ଚାଲେଞ୍ଜ
ସେହି ଆଦେଶ ପରେ ଗୁଜରାଟ ବିଶ୍ବବିଦ୍ୟାଳୟ ଉପରେ ଟିପ୍ପଣୀକୁ ନେଇ କେଜ୍ରିଓ୍ବାଲ ଏବଂ ତାଙ୍କର ସହଯୋଗୀ ସଞ୍ଜୟ ସିଂହଙ୍କୁ ମାନହାନି ମାମଲାର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା। ଏହା ପରେ କେଜ୍ରିଓ୍ବାଲ କୋର୍ଟଙ୍କୁ ଆଦେଶର ସମୀକ୍ଷା କରିବାକୁ ଅନୁରୋଧ କରିବା ସହ ଦଲିଲ ରଖିଥିଲେ ଯେ, ବିଶ୍ବବିଦ୍ୟାଳୟ କରିଥିଲେବି ମୋଦୀଙ୍କ ଡିଗ୍ରୀ ଅନଲାଇନ ଉପଲବ୍ଧ ନାହିଁ। ଓ୍ବେବସାଇଟରେ କୌଣସି ତଥ୍ୟ ଉପଲବ୍ଧ ନାହିଁ।
ତେବେ କେଜ୍ରିଓ୍ବାଲଙ୍କୁ ଗୁଜରାଟ ହାଇକୋର୍ଟରୁ ଏହି ଝଟକା ଏପରି ସମୟରେ ଲାଗିଛି ଯେତେବେଳେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ନିକଟରେ ସମନ କରିଥିଲା।
କେଜରିୱାଲ୍ ଗିରଫ ହେଲେ ବି ଜେଲ୍ରୁ ସରକାର ଚଳାଇବେ: ଆମ୍ ଆଦ୍ମି ପାର୍ଟି