ହିମାଚଳ ପ୍ରଦେଶରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଆଜି ସାରା ଦେଶ ବର୍ଷ ପାଳୁଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ଏହି ସମୟରେ ସେ ଯବାନଙ୍କୁ ଉତ୍ସାହିତ ଏବଂ ପ୍ରେରଣା ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଏକ ଅଦ୍ଭୁତ ସାକ୍ଷାତ।

ସଂଯୋଗ ଓ ଆନନ୍ଦରେ ପରିପୂର୍ଣ୍ଣ ଏହି ମୂହୁର୍ତ୍ତ ଆପଣଙ୍କ ଏବଂ ଦେଶବାସୀଙ୍କ ପାଇଁ ନୂଆ ଆଲୋକ ପହଞ୍ଚାଇବ। ଭାରତର ପ୍ରଥମ ଗାଁରୁ ଦୀପାବଳି ପାଳନ କରିବା ସମୟରେ ଦେଶବାସୀଙ୍କୁ ମୋର ଅଭିନନ୍ଦନ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମର ଯବାନମାନେ ପ୍ରତ୍ୟେକ ଆହ୍ବାନର ସାମ୍ନା କରିବାକୁ ସକ୍ଷମ । ଯେପର୍ଯ୍ୟନ୍ତ ମୋର ସାହସୀ ବନ୍ଧୁମାନେ ହିମାଳୟ ପରି ସ୍ଥିର ହୋଇ ରହିଛନ୍ତି ସେ ପର୍ଯ୍ୟନ୍ତ ଭାରତ ସୁରକ୍ଷିତ ଅଛି । ଆପଣଙ୍କ ସେବା ହେତୁ ଭାରତ ସୁରକ୍ଷିତ ଅଛି ଏବଂ ବିକାଶ ପଥରେ ଆଗେଇ ଚାଲିଛି । ଅମୃତକାଳର ଏକ ବର୍ଷ ମଧ୍ୟରେ ଭାରତର ଚନ୍ଦ୍ରଯାନ ମିଶନ ସଫଳ ହେଲା, ଆମେ ଆଦିତ୍ୟ ଏଲ୧ ଲଞ୍ଚ କଲୁ, କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତ ବହୁତ ଆଗରେ ରହିଛି । ମୋ ପାଇଁ ଯେଉଁଠାରେ ମୋର ଭାରତୀୟ ସେନା ଅଛନ୍ତି, ଯେଉଁଠାରେ ମୋ ଦେଶର ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି, ତାହା ଏକ ମନ୍ଦିରଠାରୁ କମ୍ ନୁହେଁ। ଆପଣମାନେ ଯେଉଁଠି, ମୁୁଁ ସବୁ ପର୍ବ ସେଇଠି ପାଳନ କରିବି ।

Leave A Reply

Your email address will not be published.