+୨ ପରୀକ୍ଷା ବାତିଲ ଦାବି: ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

0

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଆଜି ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । +୨ ପରୀକ୍ଷା ବାତିଲ ଦାବି ନେଇ ଛାତ୍ରଛାତ୍ରୀମାନେ ଆଜି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ସମୟ ପାଇଁ ଗାଡ଼ି ମୋଟର ଅଟକି ଯାଇ ଟ୍ରାଫିକ୍ ଜାମ୍ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।

 

ସୂଚନା ନୁସାରେ, ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ଘଟିଥିବା ବେଳେ ସରକାର ଅଫଲାଇନ୍ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ହେଲେ ଛାତ୍ରଛାତ୍ରୀମାନେ ଅଫଲାଇନ୍ ପରୀକ୍ଷା ଦେବାକୁ ନାରାଜ। ତୁରନ୍ତ ଅଫଲାଇନ୍ ପରୀକ୍ଷା ଦାବିରେ ଆଜି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଟାୟାର ଜାଳି ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଛାତ୍ରଛାତ୍ରୀଙ୍କୁ ବହୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ହୋଇଥିଲା ।

Leave A Reply

Your email address will not be published.