କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

0

ଭୁବନେଶ୍ୱର: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ (STF) ଏକ କଲରାପତରିଆ ବାଘ ଛାଲ (Leopard Skin) ଜବତ କରିଛି । ରାମଗିର ଫରେଷ୍ଟ ଅଧିକାରୀଙ୍କ ସହାୟତାରେ ଏସଟିଏଫ୍ ରାମଗିର ଗୁପ୍ତେଶ୍ୱର ଗେଟ୍ ନିକଟ ପାର୍ଶ୍ୱ ରାସ୍ତାରେ ରେଡ୍ କରିଥିଲା । ଡିଲ୍ ବେଳେ ଜଣଙ୍କୁ ଗିରଫ କରିବା ସହ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ମାମଲାରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଗୌଡ଼ାଗୁଡ଼ାର ମାନା ଗୌଡ଼କୁ ଗିରଫ କରାଯାଇଛି । ଅଭିଯୁକ୍ତ ଠାରୁ କଲରାପତରିଆ ଛାଲ ସହିତ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି ।

 

ଅଭିଯୁକ୍ତକୁ ବନ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ୍ । ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ୨୦୨୦ ମସିହାରୁ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ଏଯାବତ୍ ୩୦ ଗୋଟି କଲରାପତରିଆ ବାଘ ଛାଲ ଏସଟିଏଫ୍ ଜବତ କରିଥିବା ବେଳେ ୪୩ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.