ଶ୍ରୀଲଙ୍କା ରାଷ୍ଟ୍ରପତି ହେଲେ ୬ ଥରର ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେ

0

କଲମ୍ବୋ: ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ୍ ବିକ୍ରମାସିଂଘେ । ସେ ଦୁଲ୍ଲାସ ଅଲାହପ୍ପେରୁମା ଓ ଅନୁରା କୁମାରାଙ୍କୁ ହରାଇ ରାଷ୍ଟ୍ରପତି ହୋଇଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଇସ୍ତଫା ଦେଇଥିଲେ । ଏହାପରେ ରାନିଲ୍ ବିକ୍ରମାସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଥିଲା । ରାଷ୍ଟ୍ରପତି ନିର୍ବାଚନରେ ୭୩ ବର୍ଷୀୟ ରାନିଲ୍ ବିକ୍ରମାସିଂଘେ ୧୩୪ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ବିଜୟ ପାଇଁ ୧୧୩ ଭୋଟ୍ ଆବଶ୍ୟକ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅଲାହପ୍ପେରୁମାଙ୍କୁ ୮୨ ଖଣ୍ଡ ଭୋଟ୍ ମିଳିଛି । ଅନୁରା କୁମାରା ମାତ୍ର ୩ ଖଣ୍ଡ ଭୋଟ୍ ପାଇଛନ୍ତି ।

 

୬ ଥରର ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମାସିଂଘେ ୨୦୨୪ ନଭେମ୍ବର ଯାଏ ଶ୍ରୀଲଙ୍କାର ରାଷ୍ଟ୍ରପତି ରହିବେ । ଆର୍ଥିକ ଦୁଃସ୍ଥିତି ସହ ଯୁଝୁଥିବା ଶ୍ରୀଲଙ୍କା ବାସୀଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରିବା ରାନିଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ସଂସଦରେ ଭୋଟ୍ ବେଳେ ମୋବାଇଲ୍ ଫୋନ ଅନୁମତି ଦିଆଯାଇ ନଥିଲା । ତେବେ ସଂସଦରେ ଭୋଟିଂ ବେଳେ ସଂସଦ ବାହାରେ ରାନିଲ୍ ବିକ୍ରମାସିଂଘେଙ୍କୁ ବିରୋଧ କରି ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ସଂସଦ ସହ ରାଷ୍ଟ୍ରପତି ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରୀଲଙ୍କା ସଂସଦରେ ୪୪ ବର୍ଷରେ ପ୍ରଥମ ଥର ଲାଗି ରାଷ୍ଟ୍ରପତି ନିର୍ବାଚନ ହୋଇଛି ।

Leave A Reply

Your email address will not be published.