ଆଜି ଲଞ୍ଚ ହେବ ଦେଶର ପ୍ରଥମ Cervical Cancer ଭ୍ୟାକ୍ସିନ: ଝିଅମାନଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ କ୍ୟାନସର ଛୁଇଁବନି

0

ନୂଆଦିଲ୍ଲୀ: ଆଜି ସମଗ୍ର ଭାରତବର୍ଷ ପାଇଁ ଏକ ଖାସ୍ ଦିନ । ସର୍ଭିକାଲ କ୍ୟାନ୍ସର ବିରୋଧରେ ଦେଶର ପ୍ରଥମ ଟିକା ଆଜି ଲଞ୍ଚ ହେବ । ସୀରମ ଇନଷ୍ଟଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ଓ ଜୈବ ପ୍ରାଧ୍ୟୋଗିକୀ ବିଭାଗ (ଡିବିଟି) ଦ୍ୱାରା ପ୍ରଥମ ସ୍ୱଦେଶୀ ଭ୍ୟାକ୍ସିନ ପ୍ରସ୍ତୁତ ହୋଇଛି । କେନ୍ଦ୍ର ବିଜ୍ଞାନ ଏବଂ ପ୍ରାଧ୍ୟୋଗିକୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଆଜି ଏହି ବହୁ ପ୍ରତୀକ୍ଷିତ ଭ୍ୟାକ୍ସିନର ଲୋକାର୍ପଣ କରିବେ ।

 

ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅନ ଇମ୍ୟୁନାଇଜେସନ (ଏନଟିଏଆଇ)ର କୋଭିଡ୍ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡା. ଏନକେ ଅରୋଡ଼ାଙ୍କ ମତରେ, ମେଡ-ଇନ-ଇଣ୍ଡିଆ ଭ୍ୟାକ୍ସିନ ଲଞ୍ଚ କରିବା ଏକ ରୋମାଞ୍ଚକ ଅନୁଭବ । ଏଣିକି ଦେଶର ଝିଅ ଓ ନାତୁଣୀମାନେ ଏହି ବହୁପ୍ରତୀକ୍ଷିତ ଭ୍ୟାକ୍ସିନକୁ ସହଜରେ ପାଇ ପାରିବେ । ଏହା ସମସ୍ତ ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ ।

 

ସର୍ଭିକାଲ କ୍ୟାନ୍ସର ଟିକା ଲଞ୍ଚ ହେବା ପରେ ଏହା ଦେଶରେ ସହଜରେ ଉପଲବ୍ଧ ହେବ । କେନ୍ଦ୍ର ସରକାର ଖୁବଶୀଘ୍ର ୯-୧୪ ବର୍ଷୀୟ ଯୁବତୀଙ୍କ ପାଇଁ ରାଷ୍ଟ୍ରୀୟ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବେ । ଏହି ଟିକା ସର୍ଭିକାଲ କ୍ୟାନ୍ସରକୁ ରୋକିବାରେ ସକ୍ଷମ । ୮୫ରୁ ୯୦ ପ୍ରତିଶତ ମାମଲାରେ ସର୍ଭିକାଲ କ୍ୟାନ୍ସର ଟିକାର ଅଭାବ ଦେଖାଯାଉଥିଲା, ମାତ୍ର ଏବେ ତାହା ଆଉ ଦେଖିବାକୁ ମିଳିବ ନାହିଁ ।

 

ଯଦି ଏହି ଟିକା ପ୍ରଥମେ ଛୋଟ ଝିଅମାନଙ୍କୁ ଦିଆଯାଏ, ତେବେ ସେମାନେ ସଂକ୍ରମଣରୁ ସୁରକ୍ଷିତ ରହି ପାରିବେ । ଏହାର ପରିଣମସ୍ୱରୂପ ୩୦ ବର୍ଷ ପର୍ଯ୍ୟନ୍ତ ବୋଧହୁଏ ସେମାନଙ୍କୁ ସର୍ଭିକାଲ କ୍ୟାନ୍ସର ହେବ ନାହିଁ । ଏହି ଟିକା ଭାରତ ସହିତ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ମଧ୍ୟ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଡା. ଅରୋଡ଼ା କହିଛନ୍ତି ।

Leave A Reply

Your email address will not be published.