ସାଜିଦଙ୍କ ବିରୋଧରେ ଚକିତ କଲା ଭଳି ଖୁଲାସା କଲେ ଆଉ ଜଣେ ଅଭିନେତ୍ରୀ

0

ମୁମ୍ବାଇ: ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାନ୍‌ଙ୍କୁ ନେଇ ଥମୁନି ବିବାଦ। ଯେବେଠୁ ସେ ବିଗ୍ ବସ୍‌କୁ ପ୍ରତିଯୋଗୀ ହୋଇଯାଇଛନ୍ତି ସେବେଠୁ ତାଙ୍କୁ ସେଠାରୁ ହଟାଇବା ପାଇଁ ଦାବି ଜୋର ହେଉଛି। ଏହାରି ଭିତରେ ସାଜିଦଙ୍କ ବିରୋଧ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଆଉ ଜଣେ ଅଭିନେତ୍ରୀ।

 

ଲୋକପ୍ରିୟ ଟିଭି ସିରିଏଲ୍ ‘ଦିଆ ଔର୍ ବାତି ହମ୍‌’ ଫେମ୍ କନିଷ୍କା ସୋନି ସାଜିଦ୍ ଖାନଙ୍କ ନେଇ କରିଛନ୍ତି ଚକିତ କଲା ଭଳି ଖୁଲାସା। ଏକ ସାକ୍ଷାତକାରରେ କନିଷ୍କା ଫିଲ୍ମ ଇଣ୍ଡଷ୍ଟ୍ରିର କଳା କାହାଣୀ ବଖାଣିଛନ୍ତି ।

 

କନିଷ୍କାଙ୍କ ଅଭିଯୋଗ ମୁତାବକ, ୨୦୦୮ରେ ଏକ ଇଣ୍ଟରଭ୍ୟୁ ବେଳେ ସାଜିଦ ଖାନ୍‌ଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ଇଣ୍ଟରଭ୍ୟୁ ପରେ ସାଜିଦ ଖାନ ତାଙ୍କୁ ଜୁହୁ ସ୍ଥିତ ତାଙ୍କ ଫ୍ଲାଟକୁ ଡାକିଥିଲେ। ଫିଲ୍ମରେ କାମ ପାଇବା ପାଇଁ ସେ ତାଙ୍କ ଘରକୁ ଯାଇଥିଲେ। ସେଠାରେ ସାଜିଦ ଖାନ ତାଙ୍କୁ କହିଥିଲେ ‘ତୁମ ବଡି ଫିଗର ମୁଁ ଦେଖିଛି, ହାଇଟ୍ ମଧ୍ୟ ଭଲ ଅଛି। ତୁମେ ଲିଡ୍ ମ୍ୟାଟେରିଆଲ୍। ବାସ୍ କେବଳ ଟି-ଶାର୍ଟ ଉପରକୁ ଉଠାଇ ତୁମ ପେଟ ଦେଖାଅ। ମୁଁ ତୁମ ଦେହ ଦେଖିବାକୁ ଚାହୁଁଛି ।’ ଏହା ଶୁଣି କନିଷ୍କା ଡରି ଯାଇଥିଲେ । ଗୋଟିଏ ଫିଲ୍ମରେ ଆସିବା ପାଇଁ ଏସବୁ କରିବାକୁ ପଡେ ବୋଲି ସେ ଭାବିନଥିଲେ।

 

ଦ୍ୱିତୀୟ ଥର ଯେତେବେଳେ କନିଷ୍କାଙ୍କ ସାଜିଦଙ୍କ ସହ ଦେଖା ହୋଇଥିଲା ସେତେବେଳେ ସେ ପରିବର୍ତ୍ତନ ହୋଇଯାଇଥିବେ ବୋଲି ଭାବିଥିଲେ ଅଭିନେତ୍ରୀ । ବର୍ତ୍ତମାନ କିଛି ଭଲ ନିର୍ମାତା-ନିର୍ଦ୍ଦେଶକ ମିଳିବେ ବୋଲି ସେ ଆଶା କରିଥିଲେ। କିନ୍ତୁ ଇଣ୍ଡଷ୍ଟ୍ରିରେ ତାଙ୍କୁ ସେଭଳି କେହି ମିଳିନଥିଲେ।

 

ରାତାରାତି ପ୍ରଡ୍ୟୁସର ଓ ନିର୍ଦ୍ଦେଶକଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ଲିଡ୍ ଅଭିନେତ୍ରୀଙ୍କୁ ବଦଳାଇ ଦିଆଯାଉଥିଲା। ଏସବୁ ଦେଖି କନିଷ୍କା ବେଶ୍ ଡରି ଯାଇଥିଲେ। ୧୫ ବର୍ଷ ଧରି ସେ ଏଭଳି ଯନ୍ତ୍ରଣା ଭୋଗିଛନ୍ତି। ଏହାଠାରୁ ଅଧିକ ସହିବା ସାହାସ ଆଉ ତାଙ୍କର ନାହିଁ। ତେଣୁ ସେ ଭାରତ ଛାଡି ବାହାରକୁ ଚାଲିଯାଇଥିବା କନିଷ୍କା ସାକ୍ଷାତକାରରେ କହିଛନ୍ତି। ବିଗ୍‌ବସ୍‌ରେ ସାଜିଦଙ୍କୁ ଲୋକେ ଯେଉଁ ସ୍ଥାନ ଦେଇଛନ୍ତି, ତାହା ପାଇଁ ଯୋଗ୍ୟ ନୁହନ୍ତି ବୋଲି କନିଷ୍କା କହିଛନ୍ତି।

Leave A Reply

Your email address will not be published.