ଦୋଷୀ ସାବ୍ୟସ୍ତ ହେଲେ ଆର୍‌ଜେଡି ନେତା, ବିଧାୟକ ପଦ ଗଲା

0

ପାଟନା: ଦୋଷୀ ସାବ୍ୟସ୍ତ ହେଲେ ଆର୍‌ଜେଡି ନେତା ଅନିଲ କୁମାର ସାହାଣି। ଦିଲ୍ଲୀର ଏକ ସିବିଆଇ ଅଦାଲତା ଦ୍ୱାରା ସେ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାପରେ ତାଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ କରାଯାଇଛି।

 

ବିହାର ବିଧାନସଭା ସଚିବ ପୱନ କୁମାର ପାଣ୍ଡେଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ସାହାଣଙ୍କୁ ଦୋଷୀ ସାବ୍ୟସ୍ତ ହେବା ଏବଂ ଦଣ୍ଡାଦେଶ ଆରମ୍ଭ ହେବା ଦିନରୁ ଅଯୋଗ୍ୟ ଘୋଷିତ କରାଯାଇଛି।

ବିହାରର କୁଢ଼ନି ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ସାହଣିଙ୍କୁ ଅଗଷ୍ଟ ୨୯ରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଦୁଇ ଦିନ ପରେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।

 

୨୦୧୨ରେ ବିମାନ ଯାତ୍ରା ନ କରି ଏୟାର ଇଣ୍ଡିଆର ନକଲି ଇ-ଟିକେଟ ବ୍ୟବହାର କରି ଯାତ୍ରା ଖର୍ଚ୍ଚ ପାଇବା ପାଇଁ ପ୍ରୟାସ କରିଥିବା ଅଭିଯୋଗରେ ଅନିଲ ସାହାଣିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସାହଣି ସେତେବେଳେ ରାଜ୍ୟସଭା ସଦସ୍ୟ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁରେ ଥିଲେ। ୨୩.୭୧ ଲକ୍ଷ ଟଙ୍କାର ଯାତ୍ରା ଖର୍ଚ୍ଚ ଦାବି କରିଥିଲେ।

Leave A Reply

Your email address will not be published.