‘ଅଙ୍କୁର’ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ଅଙ୍କୁର’ ତରଫରୁ ଚାରା ରୋପଣ କରାଯାଇଛି । ଭୁବନେଶ୍ବରର ଏନ୍-୧ ପ୍ରାଇମେରୀ ସ୍କୁଲ୍ ପରିସରରେ ଦୈନନ୍ଦିନ ଜୀବନରେ ଉପଯୋଗୀ ଫଳ ଚାରା ସ୍କୁଲ ପିଲାଙ୍କ ଦ୍ବାରା ରୋପଣ କରାଯାଇଛି । ପିଲାଙ୍କ ଭିତରେ ପରିବେଶ ଏବଂ ପ୍ରକୃତି ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗତ ୨୦ ବର୍ଷ ଧରି ଏ ପ୍ରକାର କାର୍ଯ୍ୟକ୍ରମ ‘ଅଙ୍କୁର’ ଆୟୋଜନ କରି ଆସୁଛି ।

 

ସ୍କୁଲ୍ ପିଲା, ଶିକ୍ଷକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମରେ ଗଛ ଲଗାଇବା ଓ ତାର ଯତ୍ନ ନେବାକୁ ‘ଅଙ୍କୁର’ ପ୍ରାଥମିକତା ଦେଇ ଆସୁଛି । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ମାନସୀ ରାଣୀ ସୁନ୍ଦରରାୟ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅତିଥି ଭାବରେ ଯୋଗ ଦେଇଥିଲେ ।

 

‘ଅଙ୍କୁର’ର ସମ୍ପାଦକ ଚିନ୍ମୟୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବୃକ୍ଷ ରୋପଣ ଓ ଏହାର ଆବଶ୍ୟକତା ଉପରେ ସମ୍ୟକ ଧାରଣା ଦିଆ ଯାଇଥିଲା । ଅଙ୍କୁର ଫାଉଣ୍ଡେସନର କର୍ମକର୍ତ୍ତା ଓ ବିଦ୍ୟାଳୟର ଶିକ୍ଷକମାନେ ଏଥିରେ ବିଶେଷ ସହଯୋଗ ଦେଇଥିଲେ ।

Leave A Reply

Your email address will not be published.