ଆଦର୍ଶ ଗୁରୁକୂଳରେ ସେବାୟତ ପିଲାଙ୍କ ପାଇଁ ୫୦% ସଂରକ୍ଷଣ, ୪ଟି ଭାଷାରେ ପଢ଼ାଯିବ ପାଠ୍ୟକ୍ରମ

0

ପୁରୀ: ଶ୍ରୀକ୍ଷେତ୍ରରେ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ଆସନ୍ତା ଅକ୍ଷୟ ତୃତୀୟାରେ ଭୂମି ପୂଜନ ହେବ । ମାଟିତୋଟା ଅଞ୍ଚଳରେ ୧୯ ଏକର ପରିମିତ ଜାଗାରେ ନିର୍ମାଣ ହେବ ଆଦର୍ଶ ଗୁରକୂଳ । ଏନେଇ ଆଜି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବିର୍ଲା ଫାଉଣ୍ଡେସନ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି ।

 

ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ପାଇଁ ୬ କୋଟି ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ରାଜ୍ୟ ସରକାର ଅବଢ଼ା ଯୋଜନାରୁ ଅବଶିଷ୍ଟ ଟଙ୍କା ଗୁରୁକୂଳ ନିର୍ମାଣ ପାଇଁ ବ୍ୟୟ କରିବେ । ୧୯.୩୮ ଏକର ଜାଗାରେ ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା ହେବ ।

 

ପ୍ରାଥମିକ ପର୍ଯ୍ୟାୟରେ ସେବାୟତ ପିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରଖାଯିବ । ୨୦୨୪ ଆରମ୍ଭରୁ ୪ଟି ଭାଷାରେ ଗୁରୁକୂଳରେ ପାଠ୍ୟକ୍ରମ ଆରମ୍ଭ ହେବ । ଗୁରୁକୂଳରେ ପିଲାମାନଙ୍କୁ ଶିକ୍ଷାଦାନ ସହ ଜଗନ୍ନାଥ ସଂସ୍କୃତି ପରମ୍ପରା, ଗ୍ଲୋବାଲ ଶିଶୁ, ହୋଲିଷ୍ଟିକ ଏଜୁକେସନ ଆଦି ଶିକ୍ଷା ଦିଆଯିବ ।

Leave A Reply

Your email address will not be published.