ଧୋନୀ ପାଲଟିଲେ ରକଷ୍ଟାର

0

ଚେନ୍ନାଇ: ଆଇପିଏଲର ୧୬ ତମ ସିଜନ ୩୧ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଟୁର୍ନାମେଣ୍ଟ ପ୍ରଥମ ମ୍ୟାଚରେ ଚାରିଥର ଟାଇଟଲ୍ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ (CSK) ସହିତ ମୁହାଁମୁହିଁ ହେବ। ଅଧିକାଂଶ ସିଏସକେ ଖେଳାଳି ଆଇପିଏଲ ପାଇଁ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିଛନ୍ତି।

 

ସିଏସକେ ଖେଳାଳିମାନେ ଏବେ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରୁ ଫଟୋ ଏବଂ ଭିଡିଓ କ୍ରମାଗତ ଭାବରେ ସେୟାର କରାଯାଉଛି। ଏହି ସମୟରେ, CSK ଦ୍ୱରା ବୁଧବାର ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକ ନୂଆ ଅବତାରରେ ନଜର ଆସିଛନ୍ତି।

 

ଧୋନି ଅନ୍ୟ ତିନିଜଣ ସାଥୀଙ୍କ ସହ ଏକ ବିଜ୍ଞାପନ ଏବଂ ପ୍ରୋମୋ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତାଙ୍କ ହାତରେ ଏକ ଗିଟାର ଦେଖିବାକୁ ମିଳୁଛି। ଏଥିରେ ଧୋନି ଏକ ରକଷ୍ଟାର ପରି ଗିଟାର ସହିତ ପୋଜ୍ କରୁଛନ୍ତି। ଧୋନିଙ୍କ ସହ ଟିମ୍ ଓପନର୍ ବ୍ୟାଟ୍ସମ୍ୟାନ୍ ରିତୁରାଜ ଗାଇକୱାଡ୍, ଅଲରାଉଣ୍ଡର ଶିବମ୍ ଦୁବେ ଏବଂ ଦ୍ରୁତ ବୋଲର ଦୀପକ ଚହର ମଜା କରୁଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଗତ ସିଜନରେ ୧୪ ଟି ମ୍ୟାଚ ମଧ୍ୟରୁ ୧୦ ଟି ହାରିଥିଲା ବେଳେ କେବଳ ଚାରିଟି ବିଜୟ ମିଳିଥିଲା। ଚେନ୍ନାଇରେ ଆଠ ପଏଣ୍ଟ ପାଇଁ ସନ୍ତୁଷ୍ଟ ରହିଥିଲା। ସେହିପରି ଚେନ୍ନାଇର ପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଆଠ ପଏଣ୍ଟ ପାଇଥିଲା, କିନ୍ତୁ ନେଟ୍ ରନରେଟରେ ପଛରେ ଥିଲା। ମୁମ୍ବାଇର ଦଳ ଦଶମ ସ୍ଥାନରେ ଥିଲା। ଗତ ସିଜନରେ ଗୁଜୁରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଭାବେ ଦୁଇଟି ନୂତନ ଦଳ ସାମିଲ ହୋଇଥିଲେ। ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜୁରାଟ ଟାଇଟଲ ହାସଲ କରିଥିଲା।

ଚେନ୍ନାଇ ସୁପର କିଙ୍ଗ୍ସ ସ୍କ୍ୱାଡ: ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ), ରବିନ୍ଦ୍ର ଜାଡେଜା, ଡିଭନ୍ କନୱେ, ରିରୁତୁରାଜ ଗାଇକୱାଡ, ଅମ୍ବାତି ରାୟୁଡୁ, ଶୁଭ୍ରାଂଶୁ ସେନାପତି, ମୋଇନ୍ ଅଲି, ଶିବମ୍ ଦୁବେ, ରାଜଭାରନ୍ ହଙ୍ଗେରଗାର୍, ଡୱେନ୍ ପ୍ରିଟୋରିୟସ୍, ମିଚେଲ୍ ସନ୍ଥନର୍, ଦୀପକ ଚହର, ଟୁସ୍ , ମାଥିଶା ପାଥିରାନା, ସିମରଜିତ୍ ସିଂ, ପ୍ରଶାନ୍ତ ସୋଲଙ୍କି, ମହିଷ ଟିକନା, ଅଜିଙ୍କ୍ୟ ରାହାଣେ, ବେନ୍ ଷ୍ଟୋକ୍ସ, ଶେଖ ରସିଦ, ନିଶାନ୍ତ ସିନ୍ଧୁ, ଅଜୟ ମଣ୍ଡଳ, ଭାଗବତ ଭର୍ମା।

Leave A Reply

Your email address will not be published.