ରାମଚରଣଙ୍କ ଆଗାମୀ ଫିଲ୍ମ ଆରସି ୧୫ର ନାମ ଦିଆଗଲା ଗେମ ଚେଞ୍ଜର

0

ମାଡ୍ରାସ: ଓସ୍କାର ପୁରସ୍କାର ବିଜେତା ଫିଲ୍ମ ଆରଆରଆରର ଗ୍ଲୋବାଲ ସଫଳତା ପରେ ରାମଚରଣ ଏବେ ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାମଚରଣ ଓ କିଆରା ଆଡଭାନୀ ଅଭିନୀତ ଆରସି ୧୫ର ନାମ ଏବେ ଗେମ ଚେଞ୍ଜର ଦିଆଯାଇଛି । ରାମଚରଣଙ୍କ ୩୮ତମ ଜନ୍ମ ଦିବସ ଅବସରରେ ମେକର୍ସଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ନିର୍ଦ୍ଦେଶକ ଏସ ଶଙ୍କର ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଫିଲ୍ମରେ ଅଞ୍ଜଳୀ, ଏସଜେ ସୂର୍ଯ୍ୟା ଓ ଜୟରାମଙ୍କ ପରି କଳାକାର ଅଭିନୟ କରୁଛନ୍ତି ।

ରାମଚରଣ ୨ ଦିନ ତଳେ ଗେମ ଚେଞ୍ଜର ସେଟରେ କିଆରା, ଶଙ୍କର ଏବଂ ଟିମର ଅନ୍ୟ ସଦସ୍ୟମାନଙ୍କ ସହ ଜନ୍ମଦିନ ପାଳନ କରିଥିଲେ । ପ୍ରଥମ ଥର ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ଏକ ଭିନ୍ନ ପଲିଟିକାଲ ଥ୍ରୀଲର ଷ୍ଟୋରୀ ଉପରେ କାମ କରୁଛୁ । ଏହା ଦର୍ଶକମାନଙ୍କୁ ନିଶ୍ଚିତ ଭାବେ ବେଶ ରୋମାଂଚ ପ୍ରଦାନ କରିବ ବୋଲି ଶଙ୍କର କହିଛନ୍ତି । ରାମଚରଣଙ୍କ ଉପସ୍ଥିତି ଫିଲ୍ମକୁ ଏବେଠାରୁ ଚର୍ଚ୍ଚିତ କରି ଦେଲାଣି ବୋଲି ସେ ହସି କରି କହିଛନ୍ତି ।

Leave A Reply

Your email address will not be published.