ସତ୍ୟପାଲ ପାର୍ଟ ଟୁ, ‘ଦେଶ ବଞ୍ଚାଇବାକୁ ସରକାର ବଦଳାଅ’

0

ଭୁବନେଶ୍ୱର: ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ବିଜେପି ନେତା ସତ୍ୟପାଲ ମଲ୍ଲିକ ବିଜେପିକୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏପରିକି ଦେଶର ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମଲ୍ଲିକଙ୍କ ଆକ୍ରମଣ ସେତିକି ଶାଣିତ ହେବାରେ ଲାଗିଛି।

କିଛି ଦିନ ତଳେ ପୁଲୱାମା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ପ୍ରମୁଖ ନେତାଙ୍କୁ ବିବାଦ ଘେରକୁ ଆଣିଥିବା ସତ୍ୟପାଲ ପୁଣିଥରେ ସେହି ଘଟଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି। ପୁଲୱାମା ଆକ୍ରମଣ ପ୍ରସଙ୍ଗରେ ଆହୁରି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ସତ୍ୟପାଲ।

୨୦୧୯ ର ଲୋକସଭା ନିର୍ବାଚନ ଜବାନଙ୍କ ମୃତଦେହ ଉପରେ ଲଢ଼ାଯାଇଥିଲା ବୋଲି ସେ କହିଛନ୍ତି। ତେଣୁ ସେତେବେଳର କେନ୍ଦ୍ର ଗୃହମନ୍ତ୍ରୀ ଇସ୍ତଫା ଦେବା ସହ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଥିଲା।

ଏପରିକି ଯବାନଙ୍କ ଉପରେ ଆକ୍ରମଣ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଥିଲେ କିନ୍ତୁ ମୋଦି ତାଙ୍କୁ ଚୁପ ରହିବାକୁ କହିଥିଲେ। ତେଣୁ ପୂର୍ବ ଲୋକସଭା ନିର୍ବାଚନ ଯବାନଙ୍କ ମୃତଦେହ ଉପରେ ଲଢ଼ାଯାଇଥିଲା ଓ ଏ ସମ୍ପର୍କରେ କିଛି ବି ତଦନ୍ତ ହୋଇ ନ ଥିଲା। ଯଦି ଏ ଘଟଣାର ତଦନ୍ତ ହୋଇଥାନ୍ତା ତାହେଲେ ସେତେବେଳର ଗୃହମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା ଓ ବହୁ ଅଧିକାରୀଙ୍କୁ ଜେଲ ଯିବାକୁ ପଡ଼ିଥାନ୍ତା ବୋଲି ସତ୍ୟପାଲ କହିଛନ୍ତି।

ଏପରିକି ଏହାକୁ ନେଇ ବଡ଼ ବିବାଦ ମଧ୍ୟ ଛିଡା ହୋଇଥାନ୍ତା ବୋଲି ସେ କହିଛନ୍ତି। ରାଜସ୍ଥାନର ଅଲୱାର ଜିଲ୍ଲା ବାଂସୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସତ୍ୟପାଲ ଏ କଥା କହିଛନ୍ତି। ଯାହାକୁ ନେଇ ଦେଶର ରାଜନୀତି ପୁଣି ତେଜିଛି।

ଏପରିକି ଖାଲି ସେତିକି ନୁହେଁ ଆଦାନୀ ପ୍ରସଙ୍ଗକୁ ନେଇ ସତ୍ୟପାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ଆଦାନୀ ବହୁ ଧନ ସମ୍ପତ୍ତିର ମାଲିକ ହୋଇଛନ୍ତି ବୋଲି ସେ କହିଛନ୍ତି। ଏପରିକି ରାହୁଲ ଗାନ୍ଧୀଙ୍କର ପ୍ରଶ୍ନ ଆଦାନୀ ସେଲ କମ୍ପାନୀରେ ୨୦ ହଜାର କୋଟି କାହାର ପ୍ରସଙ୍ଗକୁ ଉଠାଇଛନ୍ତି ସତ୍ୟପାଲ।

ରାହୁଲ ଏହି ପ୍ରଶ୍ନ ପଚାରିଥିବାବେଳେ ପ୍ରଧାନମନ୍ତ୍ରୀ ଏହାର ଉତ୍ତର ଦେଇ ପାରି ନ ଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ମାନଙ୍କ ଠାରୁ ଅର୍ଥ ଲୁଟ କରି ଆଦାନୀଙ୍କୁ ଦିଆଯିବା ସହ ସେ ବ୍ୟବସାୟ କରନ୍ତି। ଏପରିକି ଗୋଆର ରାଜ୍ୟପାଳ ଥିବାବେଳେ ଗୋଆ ର ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ।

ତାର ପ୍ରତିଫଳନ ସ୍ୱରୂପ ତାଙ୍କୁ ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଥିଲା ବୋଲି ସତ୍ୟପାଲ କହିଛନ୍ତି। ତେଣୁ ମୋଦୀଙ୍କ ଜାଣତରେ ଦୁର୍ନୀତି ହେଉଛି ଓ ଏଥିରେ ତାଙ୍କର ଭାଗ ରହିଥିବା ବେଳେ ସମସ୍ତ ସେୟାର ଆଦାନୀଙ୍କୁ ଯାଇଥିବା କହିଛନ୍ତି ମଲ୍ଲିକ। ତେଣୁ ସରକାର ବଦଳାଇବାକୁ ସତ୍ୟପାଲ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.